ଆରପାରିରେ ନର୍ଲା ର ଅବସର ପ୍ରାପ୍ତ ଆଦର୍ଶ ଶିକ୍ଷକ ରୋହିତ ଅଗ୍ରୱାଲ

ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ରୋହିତ କୁମାର ଅଗ୍ରୱାଲ ଙ୍କୁ ଭୁବନେଶ୍ଵର ନେବା ବାଟରେ ତାଙ୍କର ଦେହାନ୍ତ ହୋଇଯାଇଥିବା ଯାହାକି ନର୍ଲା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଦୀର୍ଘଦିନ ହେବ ଶ୍ରୀଯୁକ୍ତ ଅଗ୍ରୱାଲ ପରାଲେସିସ ରୋଗରେ ପୀଡିତ ହୋଇମଧ୍ୟ ଘରେ ଆରାମ ରେ ରହି ଆସୁଥିଲେ , କିନ୍ତୁ ହଟାତ ଶୁକ୍ରବାର ସନ୍ଧ୍ୟା ସମୟରେ ଦେହ ଖରାପ ହେବାରୁ ଭୁବନେଶ୍ବର ନେବା ବାଟରେ ତଥା ତୁମୁଡିବନ୍ଧ ନିକଟରେ ତାଙ୍କର ପ୍ରାଣବାୟୁ ଚାଲି ଯାଇଥିଲା । ଶ୍ରୀଯୁକ୍ତ ଅଗ୍ରୱାଲ ଜଣେ ମେଳାପୀ ,ମିଷ୍ଟଭାସି ,ଧର୍ମ ପରାୟାଣ ,ସମାଜସେବି ,ବିଚକ୍ଷଣ ବ୍ୟକ୍ତି ଥିଲେ ,ତାଙ୍କର ମୃତ୍ୟୁ ଖବର ଶୁଣି ନର୍ଲା ଅଞ୍ଚଳ ବାସୀ ଅତି ସ୍ତବଧ ହୋଇ ଯାଇଥିଲେ ଏବଂ ତାଙ୍କର ଜଣେ ଆଦର୍ଶ ଶିଷ୍ୟ କେରାଣ୍ଡି ଖୁଣ୍ଟି ର ଶ୍ରୀଯୁକ ଗୋକୁଳ ଚନ୍ଦ୍ର ନାଏକ ଅତି ଗଭୀର ଶୋକାକୁଳ ହୋଇ ତାଙ୍କର ଆତ୍ମା ପ୍ରତି ଇଶ୍ଵର ଙ୍କ ଠାରେ ଦୁଇ ମିନିଟ ପାଇଁ ପ୍ରାଥନା କରିଥିବା ଜଣା ଯାଇଛି ।

Comments (0)
Add Comment