ସହଯୋଗ ସେବା ସମିତି ପକ୍ଷରୁ କରୋନା ସଚେତନ କାର୍ଯ୍ୟକ୍ରମ

କଳାହାଣ୍ଡି (କୋଶଲ ନ୍ୟୁଜ୍) ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଓ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡ଼ବରା ଗ୍ରାମରେ ସହଯୋଗ ସେବା ସମିତି ପକ୍ଷରୁ ସାପଲହରା ଗୁଚ୍ଛାପଡା ଗ୍ରାମରେ କରୋନା ସଚେତନ କରିବା ସହ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଛି! ଏହି କାର୍ଯ୍ୟକ୍ରମ ରେ ଗ୍ରାମର ପୁରୁଷ ମହିଳା ମାନଙ୍କୁ ମାସ୍କ ବଣ୍ଟନ ଓ ସାମାଜିକ ଦୂରତା ବଜାଇ ରଖିବା, ଘରୁ ବାହାରକୁ ଗଲେ ମାସ୍କ ବ୍ୟବହାର କରିବା ସାବୁନ ରେ କିପରି ଭାବରେ ହାତ ଧୋଇବା ତାହା ଉପରେ ଆଲୋଚନା କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ସହଯୋଗ ସେବା ସମିତି ସମ୍ପାଦକ ସୁବ୍ରାଂଶୁ ଶେଖର ସାହୁ ଓ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ଉପସ୍ଥିତ ଥିବାବେଳେ ଲୋକନାଥ ସାହୁ, କୈଳାଶ ସାହୁ, ରୂପଧର ସାହୁ, ବୀରେନ୍ଦ୍ର ସାହୁ, ମାଧବ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ସଂଘ ର ସମ୍ପାଦକ ସମସ୍ତ ଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ ସଭା ଶାନ୍ତ କାରିଥିଲେ!!!

Comments (0)
Add Comment