ନିଲକଣ୍ଠେଶ୍ବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ; ମୁଖିଗୁଡା ଚାମ୍ପିଅନ୍

କୋକସରା(କୋଶଲ ନ୍ୟୁଜ୍): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁସୁମଖୁଣ୍ଟି ମିନି ଷ୍ଟାଡିୟମଠାରେ ଚାଲିଥିବା ନିଲକଣ୍ଠେଶ୍ବର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଫାଇନାଲ ଖେଳ ଅନୁଷ୍ଠିତ ହୋଇଛି। ମୁଖିଗୁଡା ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରେ ୬ ୱିକେଟ୍ ବିନିମୟରେ ୧୦୯ ରନ୍ ସଂଗ୍ରହ କରିଥିଲା। ଜବାବରେ କୁସୁମଖୁଣ୍ଟି ଟିମ୍ ନିର୍ଦ୍ଧାରିତ ୧୨ ଓଭର ଖେଳି ୫ ୱିକେଟ୍ ବିନିମୟରେ ୮୭ ରନ୍ ସଂଗ୍ରହ କରିଥିଲେ। ତେବେ ୨୨ ରନରେ ମୁଖିଗୁଡା ଟିମ୍ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଛି।ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ମୁଖ୍ୟବକ୍ତା ଭାବେ ଏସଡିସି ସଦସ୍ୟ ତଥା ଜିଲ୍ଲା ବିଜେଡ଼ି ଏସଟିସେଲ ସଭାପତି ଇଂ ଶୁଶିଲ କୁମାର ଶବର ଯୋଗଦେଇ ଥିଲେ। ଇଶାନ ପାଟ୍ଟଯୋଷୀ, ଘେନୁ ବେହେରା, ଗୋବିନ୍ଦ ପାନ, ସୁନିଲ ପ୍ରଧାନ, ସାମ୍ବାଦିକ ଜଗଦୀଶ ନାଏକ, ତୁଲାରାମ ବେହେରା, ଦେବେନ୍ଦ୍ର ସାଗର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଲାଲୀ ମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପବିଜେତା ଟିମ୍ କୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ।ଟୁର୍ଣ୍ଣାମେଣ୍ଟର ମେନ୍ ଅଫ୍ ଦି ମ୍ୟାଚ୍ ମୁଖିଗୁଡା ଟିମ୍ ର ଅଜୟ ଦୁର୍ଗା ଓ ମେନ୍ ଅଫ୍ ଦି ସିରିଜ ଗୁଡୁ ନାଏକ, ବେଷ୍ଟ ବୋଲର ଟୁକୁନା ନାଏକ ଓ ବେଷ୍ଟ ଫିଲ୍ଡର ଭାବେ କୁସୁମଖୁଣ୍ଟି ଟିମ୍ ର ଉମେଶ ବାଗ ବିବେଚିତ ହୋଇଥିଲେ। ମ୍ୟାଚ୍ ରେ ଅମ୍ପିଆର ଭାବେ ବରିଷ୍ଠ କ୍ରିକେଟର ହିରଣ୍ୟ ବେହେରା ଓ ଲୁନା ତ୍ରିପାଠୀ ଖେଳ ପରିଚାଳନା କରିଥିଲେ। ସ୍କୋରର ଅଜୁ ନାଏକ ରହିଥିବାବେଳେ ଖେଲର ଧାରାବିବରଣୀ ପ୍ରଶାନ୍ତ ଖିଲ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ତୋଫାନ କର, କ୍ଷୀରସିନ୍ଧୁ ସୁନାନୀ, ଭାଗ୍ୟବାନ ପୁଝାରୀ, ଲାବଣ୍ୟ ବେହେରା, ଦୟା କର, ଡିଙ୍ଗର କର, ରକି ମାଝୀ, ହର କର, କିଶୋର ରେଡ୍ଡୀ, ତପନ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହେଯାଗ କରିଥିଲେ।

Comments (0)
Add Comment