ଓଡ଼ିଶା ମୋ ପରିବାର ପକ୍ଷରୁ ବିଜେଡିକର୍ମୀ ଙ୍କ ଦ୍ଵାରା ରାସନ ସାମଗ୍ରୀ ବଣ୍ଟନ

କଳାହାଣ୍ଡି (କୋଶଲ ନ୍ୟୁଜ୍) ମହାମାରୀ କରୋନାରେ ପ୍ରଭାବିତ ହୋଇଥିବା ଓ ଅସହାୟ ଅବସ୍ଥାରେ ଗତି କରୁଥିବା ବୃଦ୍ଧ ବୃଦ୍ଧା ଲୋକ ମାନଙ୍କ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଓ ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଦିବ୍ୟଶଙ୍କର ମିଶ୍ରଙ୍କ ଉଦ୍ୟମ ରେ ଆଜି ଗୋଳାମୁଣ୍ଡା ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତ ରେ ଶୁଖିଲା ଖାଦ୍ୟ ସାମଗ୍ରୀ ବିଜେଡି କର୍ମୀ ମାନଙ୍କ ଦ୍ୱାରା ବିତରଣ କରଯାଇଥିଲା। ଏହି ପରିପ୍ରେକ୍ଷୀରେ ଖମାର ହଳଦୀ ପଞ୍ଚାୟତରେ ବରିଷ୍ଠ ସମାଜ ସେବୀ ତଥା ଧମାନପୁର ସମିତି ସଭ୍ୟ ଦିନେଶ କୁମାର ରାଉତ, ଟେମରି ପଞ୍ଚାୟତରେ ଟେମରି ପଞ୍ଚାୟତର ବିଜେଡିସଭାପତି ବେଭାରୀ ସା, ମହେନ୍ଦ୍ର ପ୍ରଧାନ,ସରପଞ୍ଚ ସୁମିତ୍ରା ଭୋଇ, ସମିତି ସଭ୍ୟା ବାସନ୍ତୀ ଭୋଇ ପ୍ରମୁଖ ଉପସ୍ଥିତ ରହି ଉକ୍ତ ମହତ୍ୱ ପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଓ ଶକ୍ତି, ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment