ତ୍ରିଲୋଚନପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତରେ ରବିବାର ଦିନ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତ୍ରିଲୋଚନପୁର ସରପଞ୍ଚ ଲକ୍ଷ୍ମୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ଼ ଜୋନ- ୨ ଜିଲ୍ଲାପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ମୁଖ୍ୟ ବକ୍ତା ସଂଜୀବ କୁମାର କହଁର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟା ସୁଦଶା ପଟ୍ଟନାୟକ, ନାଏବ ସରପଞ୍ଚ ତରୁଣୀ ସେନ ବାଗ, ସମାଜ ସେବୀ ହରିଶଙ୍କର ପାତ୍ର,ପିଡବ୍ଲୁମିଡିଆ ଏସୋସିଏସନ ସଭାପତି ନିଲେଶ କୁମାର ନାଗ, ପ୍ରେସ କ୍ଲବ ସଭାପତି କୈଳାସ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଲେ ମୁଖ୍ୟ ଅତିଥି ଶ୍ରୀମତି ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଯେ,ବର୍ତ୍ତମାନ ପଞ୍ଚାୟତ ସ୍ତରରେ ଭିତିଭୂମିର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ କିପରି ଗ୍ରାମାଞ୍ଚଳରେ ସଫଳ କରିବା ସେନେଇ ମିଳିମିଶି କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଶିବିରରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ସାହୁ, ଜିଆର ଏସ ରମାକାନ୍ତ ମାଝୀ, ସ୍ଥାନୀୟ ସ୍ଵାସ୍ଥ୍ୟ ଏମବିକେ, ସିଆରପି, ଅଙ୍ଗନବାଡି କର୍ମୀ, ଆଶାକର୍ମୀଙ୍କ ସମେତ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ, ସଭ୍ୟା ଓ ରେକର୍ଡ଼ ସଂଖ୍ୟକ ଭାବେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅତିଥିମାନଙ୍କ ଦ୍ବାରା ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ତ୍ରିଲୋଚନପୁର ପଞ୍ଚାୟତର ବିକାଶ ମୂଳକ ପୁସ୍ତକର ଉନ୍ମୋଚନ ହୋଇଥିଲା ।ପରିଶେଷରେ ତ୍ରିଲୋଚନପୁର ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)

Comments (0)
Add Comment