ସନ୍ୟାସୀ କୁଣ୍ଡାମାଲ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼,୧୨/୨(କୋଶଲ ନ୍ୟୁଜ):ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ କାର୍ଯ୍ୟକାରୀ କରି ତାହାର ସଫଳ ରୂପାୟନ ଲୋକଙ୍କ ପାଖକୁ ପହଞ୍ଚି ପାରିଛି ବିଶେଷ କରି କୁଣ୍ଡାମାଲ ଅଂଚଳ ଆଜି ବିକାଶ ଦିଗକୁ ଅଗ୍ରସର କରୁଛି ବୋଲି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜନସାଧାରଣଙ୍କୁ ମାର୍ଗଦର୍ଶନ କରିଥିଲେ । ଏଥିରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ନାଏକ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବ୍ଲକ ଉପାଧକ୍ଷ ପ୍ରମୋଦ ବେହେରା,,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ,ବି.ସି.ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ,ଏ.ଇ.କରୁଣା କର ମୁର୍ମୁ ,କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମଳିକ,ନାଏବ ସରପଞ୍ଚ ଧନଞ୍ଜୟ ନାଏକ ,ପିଇଓ ଆକାଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରଂବିକ ସଙ୍ଗୀତ ଗାନ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭବାନୀପାଟଣା ବଜାସାଲ ମେଲୋଡି ଦ୍ୱାରା ଝୁମି ଉଠିଥିଲେ ଦର୍ଶକ ଏବଂ ପରେ ପୁରସ୍କାର ବିତରଣ କରଯାଇଥିଲା ।ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ କୁନି କୁନି କଳାକାରଙ୍କ ସହିତ ରସ ଜାମୁଡାଳି ଗୀତରେ ଓ ନାଚରେ ଜୁନାଗଡ଼ ବିଧାୟକ ଠୁମକା ମାରିନାଚି ସମସ୍ତଙ୍କ ମନକୁ ପ୍ରବଳ ଉତ୍ସାହ ଭରିଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶିକ୍ଷାବିତ ,ସମାଜସେବୀ , କୃଷକଙ୍କୁ ମାନ ପତ୍ର ଓ ଉପ ଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗାଣ ସହାୟକ ଆଶିଷ ରଞ୍ଜନ ରାଉତ, ଜି.ଆର.ଏସ. କୁସୁମ ମଞ୍ଜରୀ ମେହେର, ସମିତି ସଭ୍ୟ କ୍ରିଷ୍ଣା ରାଉତ ଓ ଗାଁ ସାଥି ଓ ସମାଜସେବୀ ପଞ୍ଚାୟତ କର୍ମଚାରୀ ବୃନ୍ଦ ଓ ଗ୍ରାମବାସୀମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ । ଶେଷରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆକାଶ କୁମାର ସାହୁ ଧନ୍ୟବାଦ ଦେଇଥିଲେ।

Comments (0)
Add Comment