ବିଶ୍ଵନାଥପୁର ଠାରେ ଆମ ଓଡିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ଲାଞ୍ଜିଗଡ଼,(କୋଶଲ ନ୍ୟୁଜ୍): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁର ପଞ୍ଚାୟତ ଗୋପବନ୍ଧୁ ହାଇସ୍କୁଲ ଖେଳ ପଡିଆ ଠାରେ “ଆମ ଓଡ଼ିଶା ନବୀନ ଓଡିଶା” ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶ୍ଵନାଥପୁର ସରପଞ୍ଚ ସୁରଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମୁଖ୍ୟବକ୍ତା ଭାବେ ତହସିଲଦାର ତଥା ଭାରପ୍ରାପ୍ତ ବିଡ଼ିଓ କିରଣ କୁମାର ମହାନ୍ତି ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେ଼ଇ,ଜିଲ୍ଲାପରିଷଦ ସଦସ୍ୟ ପରିକ୍ଷିତ ନାଏକ,ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲଖୁ ହେମ୍ବ୍ରମ, ସମିତି ସଭ୍ୟ ଅଜିତ କୁମାର ପ୍ରଧାନୀ,ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆ,ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ,ନାଏବ ସରପଞ୍ଚ ଉତ୍ତରା ନାଏକ ପ୍ରମୁଖ
ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳଦାସ ମହାନନ୍ଦ ପରିଚାଳନା କରିଥିବାବେଳେ
ଅତିଥି ମାନେ ସଚେତନତା ଶିବିରରେ ଗାଁ ଗାଁର ବିକାଶ ମୂଳକ ଯୋଜନା ନିମନ୍ତେ ସରକାରଙ୍କ ସମସ୍ତ ପ୍ରକାର ପଦକ୍ଷେପ, ପ୍ରୟାସ ସମ୍ବନ୍ଦରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଯାହାକି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଆଗାମୀ ଦିନରେ ଆହୁରି ଲୋକାଭିମୁଖୀ ଯୋଜନାରେ ଜନସାଧାରଣ ଉପକୃତ ହୋଇପାରିବେ ବୋଲି ଆଲୋଚନା କରାଯାଇଥିଲା। ବିଭିନ୍ନ ବିଭାଗର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇ ଥିବା ବେଳେ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ଏଥିରେ ବିଭିନ୍ନ ବିଭାଗ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନେ ଷ୍ଟଲ ଖୋଲି ନିଜ ବିଭାଗର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ରୋଜଗାରସେବକ ରାଧାମୋହନ, ଗୀତା ହରପାଲ,ଯୋଗାଣ ସହାୟକ ତାପସ ରଞ୍ଜନ ଦଳେଇ, ୱାଡ଼ ସଭ୍ୟ/ସଭ୍ୟା ଏମବିକେ, ସିଆରପି, ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ, ସମସ୍ତ ଗାଁସାଥିଙ୍କ ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ଓ ଅଞ୍ଚଳବାସୀ ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ। ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସମାଜିକ ଚାଲି ଚଳନ ଓ ସୁରକ୍ଷାକୁ ନେଇ ସଚେତନ ମୂଳକ ନୃତ୍ୟ ପରିବେଷଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ରିପୋର୍ଟ – ମଳୟ ବେନୁଆଁ (ରାହୁଲ୍)

Comments (0)
Add Comment