କାନକୁଟୁରୁ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ, ଚିକେନ ପାଇଁ ପିଇଓଙ୍କ ସହ ଜନତାଙ୍କ ପାଟି ତୁଣ୍ଡ

•ଅଧରେ ଅଟକିଲା ସାଂସ୍କୃତିକ କାର୍ଯ୍ୟକ୍ରମ

ଲାଞ୍ଜିଗଡ,(କୋଶଲ ନ୍ୟୁଜ୍): ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଗୁଡିକୁ ତୃଣମୂଳ ସ୍ତରକୁ ପହଞ୍ଚାଇବାର ପ୍ରୟାସ କରାଯାଉଛି। ଏଥି ପାଇଁ ବ୍ଲକ ପ୍ରଶାସନ ତରଫରୁ ପ୍ରତି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଆୟୋଜନ କରାଯାଉଛି। ଜାନୁଆରୀ ୨୪ ତାରିଖରୁ ଲାଞ୍ଜିଗଡ ବ୍ଲକରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ହେଲେ ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ପଞ୍ଚାୟତରେ ହେଉଥିବା ଏହି କାର୍ଯ୍ୟକ୍ରମରେ ଲୋକଙ୍କୁ ସାମିଲ କରି ସଚେତନ କରାଯାଉଅଛି। ଠିକ ସେହିପରି ଶୁକ୍ରବାର ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ପଞ୍ଚାୟତରେ ସରପଞ୍ଚ ବନମାଳୀ ମାଝୀ ଙ୍କ ଅଧକ୍ଷତାରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ସୁବ୍ୟବସ୍ଥା ରହିଥିବାବେଳେ କିନ୍ତୁ ଖାଇବା ସମୟରେ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା କିନ୍ତୁ ପଞ୍ଚାୟତ ଲୋକେ ପ୍ରତିବାଦ କରିଥିଲେ ଯେ’ଅତିଥି ମାନଙ୍କ ପାଇଁ ଚିକେନ,ମଟନ ଆୟୋଜନ କରାଯାଇଛି କିନ୍ତୁ ସମସ୍ତ ଜନସାଧାରଣଙ୍କୁ ଡାଲି ଭାତ ଦେଇ ସନ୍ତୁଷ୍ଟ କରୁଛ ଆମେ କ’ଣ ମଣିଷ ନୁହେଁ କି? ଆମକୁ ଭାବ ବିଚାର କଚୁଛ ବୋଲି ପଞ୍ଚାୟତର କିଛି ଲୋକେ ପ୍ରତିବାଦ କରିଥିଲେ। ଏଥିରେ ପଞ୍ଚାୟତର ଅନେକ କଳାକାର ଛାତ୍ର ଛାତ୍ରୀ, ଯୁବକ ଯୁବତୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ କଳା ପ୍ରଦର୍ଶନ କରିବା ପାଇଁ ଉପସ୍ଥିତ ରହିଥିବାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଅଧରେ ବନ୍ଦ ହୋଇଥିଲା। ତେଣୁ କିଛି ସମୟ ପାଇଁ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଥିବାବେଳେ କଳାକାର ଛାତ୍ର ଛାତ୍ରୀ ତଥା ଯୁବକ ଯୁବତୀ ମାନେ ଅସନ୍ତୋଷରେ ଫେରିଯାଇଥିଲେ । ଅନ୍ୟପକ୍ଷେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁରାମ ସାହୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆଗରୁ ମଧ୍ୟ ଲାଞ୍ଜି ପଞ୍ଚାୟତରେ ଏହି ଭଲି ଅପ୍ରୀତିକର ଘଟଣା ଘଟିଥିଲା। ବିଳମ୍ବ ଓ ଅବ୍ୟବସ୍ଥାକୁ ନେଇଁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଉଛି।ତେବେ ସରକାରଙ୍କ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ୍ୟ ଏହି ଭଲି ଅପ୍ରିତିକର ଘଟଣା କାହିଁକି ଘଟୁଛି ବୋଲି ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments (0)
Add Comment