ରାସନ କାର୍ଡ ହିତାଧିକାରୀଙ୍କୁ ଜୀବିକା ସହାୟତା ରାଶି ପ୍ରଦାନ

କଳମପୁର (କୋଶଲ ନ୍ୟୁଜ ) : କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି କରିଥିବା ବେଳେ ।ସନକାର୍ଡ ହି ତାକାରୀ ପାଇଁ (1)ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । କଳମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ  ରାସନ କାର୍ଡଧାରୀଙ୍କୁ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରାଯାଇଥିବା ବେଳେ ।ଆଜି ହାରାମାଲ ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶୁକ୍ରବାର ହିତାଧିକାରୀଙ୍କୁ 1000ଟଙ୍କା ଲେଖାଏ ବଣ୍ଟନ କରାଯାଇଛିl

ହାରାମାଲ ସରପଞ୍ଚ ସୁଶୀଳା ଦୁର୍ଗା,କାର୍ଯ୍ୟନିର୍ବାହୀ ଅଧୂକାରୀ ଲାଲସୁନ୍ଦର ଶବର ଓ ଯୋଗାଣ ସହାୟକ ଚୈତନ୍ୟ ଲହଜଳଙ୍କ ଉପସ୍ଥିତ ରେ ହାରାମାଲ ଗ୍ରାମ ପଞ୍ଚାୟତ ରେ ଥିବା  ଆୟ ର 161 ଟି NAFS 1194ଟି SFSS 11ଟି ଟୋଟାଲ 1366 ରାସନ କାର୍ଡ ହିତାଧିକାରୀଙ୍କୁ (1)ହଜାର ଟଙ୍କା ଲେଖାଏଁ ବଣ୍ଟନ କରିଛନ୍ତି ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଖାତାକୁ 1366 ରାସନ କାର୍ଡ ହିତାଧିକାରୀଙ୍କ ହିସାବରେ 13 ଲକ୍ଷ୍ୟ 66 ହଜାର ଟଙ୍କା ଜମା ହୋଇଥିବାବେଳେ । ଆଜି ପ୍ରତ୍ୟେକ ହିତାଧିକାରୀଙ୍କୁ 1000 ଟଙ୍କ ଲେଖାଏ ସହାୟତା ରାଶି ପ୍ରଦାନ କରିଥିଲେ l ତେବେ ଟଙ୍କା ନେବାକୁ ପଞ୍ଚାୟତ କାର୍ଯ୍ୟାଳୟଠାରେ ହିତାଧିକାରୀଙ୍କ ପ୍ରବଳ ଭିଡ଼ ଜମି ରହିଥିଲା । ଅନ୍ୟପଟେରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ହିତାଧିକାରୀ ମାନେ ପ୍ରଶଂସା କରୁଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ
ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment