ଆବାସ ଗୃହ ଅପେକ୍ଷାରେ ରାଏଧର

କଳାହାଣ୍ଡି(କୋଶଲ ନ୍ୟୁଜ):ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଖଟିଖିଆ, ଦିନ ମଜୁରିଆ, ଗୃହ ହୀନ, ଦରିଦ୍ର ସୀମାରେଖା ତଳେ ଥିବା ଶ୍ରେଣୀ ର ଲୋକମାନଙ୍କୁ ରହିବା ନିମନ୍ତେ ଆବାସ ଯୋଜନା ରେ ଘର ଯୋଗାଇ ଦେବା ସହ ସେମାନଙ୍କ ପରିସ୍ଥିତି କୁ ସୁଦୃଢ କରିବାର ବ୍ୟବସ୍ଥା କରିଛନ୍ତି |ଆବାସ ଯୋଜନା ନିମନ୍ତେ ରାଜ୍ୟ ତଥା କେନ୍ଦ୍ର ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜ୍ଜୁ ପକ୍କାଘର ଭଳି ଅନେକ ଗୃହ ଗରିବ ହିତାଧିକାରୀ ମାନଙ୍କୁ ଯୋଗାଇ ଦେବାର ସୁବ୍ୟବସ୍ଥା ଥିବାବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ଗ୍ରାମର ରାଏଧର ବେମାଲଙ୍କୁ ଆବାସ ଯୋନାରେ ପକ୍କା ଘର ଟିଏ ମିଳି ପାରିନାହିଁ। ଫଳରେ ତାଙ୍କ ପରିବାର ଅନେକ ଦିନଧରି ସେହି ଭଙ୍ଗା ଦଦରା କୁଡିଆରେ ବିପଦ ସଙ୍କୁଳ ଅବସ୍ଥାରେ ରହି ଆସୁଛନ୍ତି। ଭଲ ଘର ଖଣ୍ଡିଏ ନଥିବାରୁ ଭଙ୍ଗା କୁଡିଆରେ ରହିବା ଛଡା ଅନ୍ୟ କୌଣସି ଉପାୟ ନାହିଁ। ଜୀବନକୁ ବିପଦ ସାମ୍ନାରେ ରଖି ସେହି ଘରେ ରହିବାକୁ ବାଧ୍ୟ ବୋଲି ରାଏଧର ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ଅନେକ ଥର ପଞ୍ଚାୟତ ଓ ବ୍ଲକ ପ୍ରଶାସନକୁ ଦରଖାସ୍ତ ଜଣାଇଥିଲେ ସୁଦ୍ଧା ଘର ଖଣ୍ଡେ ପାଇବାରୁ ସେ ବଞ୍ଚିତ ହେଉଛନ୍ତି। ଆଗକୁ ବର୍ଷାଦିନ ଆସୁଥିବା ବେଳେ ଲଗାଣ ବର୍ଷା ହେଲେ କେତେବେଳେ ଏହି ବିପଦ ସଂକୁଳ ଅବସ୍ଥାରେ ଥିବା ଦଦରା ଘର କେତେବେଳେ ଯେ ଭୁଶୁଡି ପଡିବ ତାହାର ଠିକ୍ ଠିକଣା ନାହିଁ।ତେବେ ଚଲିତ ବର୍ଷ ରାଏଧରଙ୍କ ନାମ ଲିଷ୍ଟରେ ରହିଥିବା ଜଣାପଡିଛି। ତେଣୁ ବ୍ଲକ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ତାଙ୍କୁ ଶିଘ୍ର ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ପାଇଁ ଦାବୀ ହେଉଛି। ଏ ସମ୍ପର୍କରେ ମୋଟେର ସରପଞ୍ଚ ଇଂ ସୁଶୀଲ ଶବରଙ୍କୁ ପଚାରିବାରୁ ତାଙ୍କ ନାମ ଲିଷ୍ଟରେ ଅଛି, କେମିତି ଶୀଘ୍ର ତାଙ୍କୁ ଗୃହ ମିଳିବ ସେ ନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣେଇ ଶୀଘ୍ର ସମାଧାନ କରାଯିବ ବୋଲି କହିଥିଲେ।

Comments (0)
Add Comment