କଳାରୁଦ୍ର ଯୁବକ ସଂଘ ତରଫରୁ ବର୍ଷା ଜଳ ସଂରକ୍ଷଣ କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା  ନେହେରୁ ଯୁବକେନ୍ଦ୍ର ଓ  କର୍ଲାମୁଣ୍ଡା ଅନ୍ତର୍ଗତ କୁସୁର୍ଲା ହଜାରୀପଡା ଗ୍ରାମରେ କଳାରୁଦ୍ର ଯୁବକ ସଂଘ ର ମିଳିତ  ଆନୁକୂଲ୍ୟରେ ଜଳ ସଂରକ୍ଷଣ କାର୍ଯ୍ୟକ୍ରମ କରାଯାଇଛି l ବର୍ଷା ଜଳ ସଂରକ୍ଷଣ ଉପରେ ଜନସଚେତନତା  ବାର୍ତ୍ତା ଓ ବର୍ଷା ଜଳ ର କିପରି ଯତ୍ନ ନେବା ସହ ତାହାର ଅପବ୍ୟବହାର ନକରି ପ୍ରତ୍ୟେକ ବର୍ଷା ଜଳ ବିନ୍ଧୁ ର କିଭଳି ଭାବରେ ବ୍ୟବହାର କରିବା,ବହିଯାଉଥିବା ପାଣି କୁ ଚାଷ କାମରେ ଲଗାଇବା, ପ୍ରତ୍ୟେକ ବର୍ଷା ଜଳ ବିନ୍ଧୁ କେତେ ଯେ ମୂଲ୍ୟବାନ ସେ ଉପରେ ନିଜର ସାଙ୍ଗ ସାଥି,ବନ୍ଧୁ ଓ ପରିବାରବର୍ଗ ଙ୍କୁ ସଚେତନ କରିବା ସହ ସମସ୍ତ ଯୁବକ ଯୁବତୀ ଶପଥ ପାଠ କରିଥିଲେ !

ଉକ୍ତ ସଭାରେ ସ୍ଥାୟୀସଭାପତି ସନତ ସାହୁ ଓ ସମ୍ପାଦକ ସଂଜୀବ ସାହୁ ମନ୍ତବ୍ୟ ରଖିଥିଲେ ଏବଂ କୋଷାଧକ୍ଷ ରେଶବ ନାରାୟଣ ସାହୁ ଉପସ୍ଥିତ ଥିବା ସମସ୍ତ ସଭ୍ୟ ଓ ସଭ୍ୟା ଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଦୟାନିଧି ସାହୁ , ଲଳିତ ସାହୁ , ପିଣ୍ଟୁ ସାହୁ , ଭଗତ ସାହୁ , ଲୋକନାଥ ସାହୁ , ଶମ୍ଭୁପ୍ରସାଦ ସାହୁ , ଓ ତୁଷ୍ମନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ !

Comments (0)
Add Comment
  • Sanjeev

    great