ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର ମରାମତି କାମ

ବେଲଖଣ୍ଡି : କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ତୁଣ୍ଡଲା ଛକରୁ ବେଲଖଣ୍ଡି ଦେଇ କରଲାମୁଣ୍ଡାକୁ ସଂଯୋଗ କରୁଥିବା ରାସ୍ତା ବିନା ସୂଚନା ଫଳକରେ ମରାମତି ହେଉଥିବା ଅଭିଯୋଗ ହୋଇଛି l ରାସ୍ତାଟି ଗତ ବର୍ଷ ମଧ୍ୟ ମରାମତି ହୋଇଥିଲା l କିନ୍ତୁ କେଉଁ ଏଜେନସି ମରାମତି କାମ କରି ଥିଲା ତାହାର କୌଣସି ସୂଚନା ଫଳକ ଲଗା ଯାଇ ନ ଥିଲା l ବର୍ତ୍ତମାନ ପୁଣି ସେହି ତୁଣ୍ଡଲା – କରଲାମୁଣ୍ଡା ରାସ୍ତା ମରାମତି ହେଉଥିବା ବେଳେ କେଉଁ ଏଜେନସି କରୁଛି , କେତେ ଟଙ୍କାର କାମ କରା ହେବ , କେତେ କିଲୋମିଟର ଦୂରତା କାମ ହେବ , କେତେ ଏମଏମ ପିଚୁ ପଡିବ , ସେନେଇ କୌଣସି ସୂଚନା ଫଳକ ଲଗା ଯାଇନାହିଁ l ଏଥିଯୋଗୁଁ ନିମ୍ନ ମାନର କାମ କରି ସଂପୃକ୍ତ ସଂସ୍ଥା ହରିଲୁଟ କରୁଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି l ସୂଚନା ଅନୁସାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତା ଭଲ ଥାଇ ବି ଗତ ବର୍ଷ ମରାମତି କାମ ହୋଇଥିବା ବେଳେ ସେହି ରାସ୍ତା ଭଲ ଥାଇ ବି ପୁଣି ମରାମତି କରାଯାଉଥିବା ଅଭିଯୋଗ ହେଉଛି l ଏ ସମ୍ପର୍କରେ ଦାୟିତ୍ୱରେ ଥିବା କେସିଙ୍ଗା ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର ମଡ଼େଇଙ୍କୁ ପଚାରିବାରୁ ସୂଚନା ଫଳକ ଲଗାଇବା ପ୍ରୋସେସସ ଆଉ ନାହିଁ ପରେ ଲାଗିବ ବୋଲି ପ୍ରକାଶ କରିଥିଲେ l କାର୍ଯ୍ୟ ଆରମ୍ଭରୁ ସୂଚନା ଫଳକ ଲଗାଯିବାର ନିୟମ ରହିଥିଲେ ମଧ୍ୟ କାହିଁକି ଆଜି ପର୍ଯ୍ୟନ୍ତ ଲଗାଯାଇ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l

Comments (0)
Add Comment