କେସିଙ୍ଗା ବିଡ଼ିଓ ଙ୍କ ତତ୍ପରତା କୁ ନେଇ ଅଞ୍ଚଳ ବାସି ବେଶ ଖୁସି

କେସିଙ୍ଗା,( କୋଶଲ ନ୍ୟୁଜ ): ଖବର ପାଇ ଘଟଣା ସ୍ଥଳରେ ସଙ୍ଗେ ସାଙ୍ଗେ ପହଞ୍ଚିଲେ କେସିଙ୍ଗା ଭିଡ଼ିଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଓଡୁ l ବିଡ଼ିଓ ଙ୍କ ତତ୍ପରତା କୁ ନେଇ ଧନ୍ୟବାଦ ଜଣାଇଲେ ସ୍ଥାନୀୟ ଲୋକେ l କିଛି ସମୟ ପୂର୍ବରୁ କେସିଙ୍ଗା ବିଡ଼ିଓ ଶ୍ରୀଯୁକ୍ତ ଓଡୁ ଙ୍କୁ ବେଲଖଣ୍ଡି ପଞ୍ଚାୟତ, ବେଲଖଣ୍ଡୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଏକ କରୋନା ଟେଷ୍ଟିଙ୍ଗ ଲ୍ୟାବ କରା ଯିବା ପାଇଁ ଅଞ୍ଚଳ ବାସୀ ଦାବି କରିଥିଲେ ଏବଂ ତାହାକୁ ଦୃଷ୍ଟି ରେ ରଖି ସଙ୍ଗେ ସଙ୍ଗେ ମେଡିକାଲ ଟିମ ଧରି ବେଲଖଣ୍ଡି ରେ ପହଞ୍ଚିଲେ କେସିଙ୍ଗା ବିଡ଼ିଓ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଓଡୁ l କେସିଙ୍ଗା ବିଡ଼ିଓ ଙ୍କ ଏହିପରି ତତ୍ପରତା କୁ ଦେଖି ସ୍ଥାନୀୟ ଅଞ୍ଚଳ ବାସି ବହୁତ ଖୁସି ଅନୁଭବ କରୁଛନ୍ତି l ବର୍ତ୍ତମାନ ଶ୍ରୀଯୁକ୍ତ ଓଡୁ ଗାଁ ରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ବେଲଖଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ କରୋନା ଟେଷ୍ଟିଙ୍ଗ କରିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି l ସୂଚନା ଅନୁଯାଇ ବେଲଖଣ୍ଡି ଅଞ୍ଚଳ ରେ କିଛି ଦିନ ହେବ କରୋନା ଆକ୍ରାନ୍ତ ରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି ଯାହାକୁ ଦୃଷ୍ଟି ରେ ରଖି ଗ୍ରାମବାସୀ ବେଲଖଣ୍ଡି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ କରୋନା ଟେଷ୍ଟିଙ୍ଗ ଲ୍ୟାବ ପ୍ରତିଷ୍ଟା ନିମନ୍ତେ ଦାବି କରିଥିଲେ ଏବଂ ବିଡ଼ିଓ ତାହାକୁ ଦୃଷ୍ଟି ରେ ରଖି ମେଡିକାଲ ଟିମ କୁ ଧରି ଗାଁ ରେ ସଙ୍ଗେ ସଙ୍ଗେ ପହଞ୍ଚି ଥିଲେ l

Comments (0)
Add Comment