କଳାହାଣ୍ଡି(କୋଶଲ ନ୍ୟୁଜ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ବିଡ଼ିଓ ମନିଷା ଦାସଙ୍କ ଅଧ୍ୟକ୍ଷତାରେ ଆବାସ ଯୋଜନା ୨୦୨୦-୨୧ ଆର୍ଥିକ ବର୍ଷରେ ପାଇଥିବା ଗୃହ ଗୁଡିକୁ ଶିଘ୍ର ଆରମ୍ଭ କରିବା ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ସୂଚନା ଅନୁଯାୟୀ ୨୦୨୦-୨୧ ଆର୍ଥିକ ବର୍ଷରେ କୋକସରା ବ୍ଳକରେ ଆବାସ ଯୋଜନାରୁ ହିତାଧିକାରୀ ଗୃହ ପାଇଥିଲେ।କିନ୍ତୁ ବିଡମ୍ବନାର ବିଷୟ ବର୍ତ୍ତମାନ ସୁଦ୍ଧା ଅନେକ ହିତାଧିକାରୀ ଗୃହ ନିର୍ମାଣ କରିବା ପାଇଁ ଆରମ୍ଭ ମଧ୍ୟ କରି ନାହାଁନ୍ତି।ସରକାରଙ୍କ ଚିଠି ଅନୁଯାୟୀ ଯଦି ସେମାନେ ୧୧/୦୬/୨୦୨୧ ପ୍ରର୍ଯ୍ୟନ୍ତ ଯଦି ସେମାନେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ନ କରନ୍ତି, ତା ହେଲେ ତାଙ୍କର ଗୃହ ଗୁଡିକୁ କାଟି ଦିଆ ଯିବାର ସମ୍ଭାବନା ଅଛି ବୋଲି ପ୍ରକାଶ କରିଥିଲେ। ଏହି ବୈଠକରେ ଏବିଡିଓ, ଏଇ ,ଜିଆଏସ,ପିଇଓ,ଜିଓ ଟେଗ ମାନେ ଉପସ୍ଥିତ ଥିଲେ।ସେମାନଙ୍କ ଜରିଆରେ ହିତାଧିକାରୀଙ୍କୁ ଗୃହ ଆରମ୍ଭ କରିବା ପାଇଁ ଅନୁରୋଧ କରିଛନ୍ତି।।