ବର୍ଷାରେ ପଡିଛି ପିଚୁ ,ଗ୍ରାମବାସୀ ପ୍ରତିବାଦ କୁ ବେଖାତିର କରୁଛନ୍ତି ଯନ୍ତ୍ରୀ

କଳାହାଣ୍ଡି ; (କୋଶଲ ନ୍ୟୁଜ୍ସ) ରକାର ପରିବହନ ଓ ଗମନା ଗମନ ର ସୁବିଧା ପାଇଁ ରାଜ କୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି l କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାୀଙ୍କ ଲାଭଖୋର ନିତି ଯୋଗୁଁ ଦୂର୍ଦ୍ଦଶା ଭୋଗୁଛନ୍ତି ସାଧାରଣ ଜନତା l ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ- ସର୍ଗିଗୁଡା -ପ୍ରଧାନମନ୍ତ୍ରୀ ସଡକ ସାମୟିକ ରକ୍ଷଣାବେକ୍ଷଣ ନିର୍ମାଣ କାମ ରେ । ଯାହାକୁ ନେଇ ଗ୍ରାମବାସୀ ଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି । ତେବେ ସୂଚନା ଅନୁସାରେ ଦୀର୍ଘ ୮ବର୍ଷ ରୁ ଏହି ରାସ୍ତା ର ରକ୍ଷଣା ବେକ୍ଷଣ କରିବା କୁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ଙ୍କୁ ଜଣାଇ ଆସୁଥିଲେ ଗ୍ରାମବାସୀ । ଆଉ ଏନେଇ ସୁତରାଂ ସ୍ୱରୂପ ୨୦୨୧-୨୨ ବର୍ଷ ରେ ବ୍ୟୟ ବରାଦ୍ ରଖା ଯାଇ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା l ଏପରିକି କାମ ଆରମ୍ଭ ହୋଇ ଶେଷ ହେବାକୁ ବସିଥିଲେ ମଧ୍ଯ ସେଠାରେ ଆଜି ପର୍ଯ୍ଯନ୍ତ ସୂଚନା ଫଳକ ଲଗା ଯାଇନାହିଁ l ଏନେଇ ଏବେ ଲୋକଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ l ତେବେ ଧର୍ମଗଡ଼ ଗ୍ରାମ୍ୟ ନିର୍ମାଣ ବିଭାଜନ ତତ୍ତ୍ୱାବଧାନରେ ଏହି ରାସ୍ତା କାମ ଚାଲିଥିବା ବେଳେ “ଏ” ଶ୍ରେଣୀ ଠିକାଦାର ଗିରିଧର ଅଗ୍ରୱାଲ ଏହି ରାସ୍ତା କାମଟି କରୁଥିବା ଯନ୍ତ୍ରୀ ପ୍ରକାଶ କରନ୍ତି ।

ଅପର ପକ୍ଷେ ବୁଧବାର ଦିନ ପିଚୁ କାମ ଆରମ୍ଭ ସମୟରେ ପ୍ରବଳ ବର୍ଷା ହୋଇଥିବା କାରଣ ରୁ ରାସ୍ତା ଉପର ରେ ପାଣି ରହିଥିଲେ ମଧ୍ଯ ଏହି ଅବସ୍ଥାରେ ପିଚୁ ପକା ଯାଉଥିଲା l ଏବଂ ଏହି ସମୟରେ ଯନ୍ତ୍ରୀ ମହୋଦୟ ଜଣକ ଛତା ଧରି କାମ ତନଖୁ ଥିଲେ ।ତେବେ ଗ୍ରାମବାସୀ ଯେତେ ପ୍ରତିବାଦ କରିଥିଲେ ମଧ୍ୟ ସମ୍ପୃକ୍ତ ଯନ୍ତ୍ରୀ ମହାଶୟ ଜଣକ ଗ୍ରାମବାସୀ ଙ୍କ ଆଗରେ ଦବଙ୍ଗ ଗିରି କରି ବେଖାତିର ଦେଖାଇଥିଲେ । ଏପରି କି ଝୋ ଝୋ ବର୍ଷାରେ ପିଚୁ କାମ କରିବା କୁ ଯନ୍ତ୍ରୀ ଅଡ଼ି ବସିଥିଲେ।ଯାହା ଏବେ ପିଚୁ ଉପରେ ପାଦ ରଖିଲେ ଭାସି ଯାଉଥିବା ଗ୍ରାମ ଲୋକେ ଅଭିଯୋଗ କରଛନ୍ତି।ଗୋଟାଏ ପଟେ ରାସ୍ତା ର ନିର୍ମାଣ ର ସୁରକ୍ଷା ପ୍ରତି ପ୍ରଶ୍ନ ଉଠୁଥିବା ବେଳେ ଯନ୍ତ୍ରୀ ଟିକନ ନାୟକ କିନ୍ତୁ ଏହା କୁ ଖଣ୍ଡନ କରି ଗଣମାଧ୍ୟମ ଆଗରେ ସମ୍ପୁର୍ଣ୍ଣ ଗେରେଣ୍ଟି ଦେଉଥିବା ଜଣାପଡେ । ତେବେ ବର୍ଷା ସମୟରେ ପିଚୁ ପଡିବା ସରକାରୀ ନିୟମ ଅଛି କି ପ୍ ବୋଲି ପ୍ରଶ୍ନ ପଚାରୀ ବାରୁ ଉତ୍ତର ରେ ନ ଥିବା ପ୍ରକାଶ କରିଥିଲେ ଯନ୍ତ୍ରୀ ଟିକନ ନାୟକ । ତେବେ ଏଥିରୁ ସ୍ପଷ୍ଟ ଜଣା ପଡୁଛି କି ଗ୍ରାମ୍ଯ ଉନ୍ନୟନ ବିଭାଗ ଠିକାଦାରଙ୍କ ପ୍ରେମରେ ପଡି ଠିକାଦାର ପୋସିବାରେ ଲାଗିଛି l ଆଉ ଗୋଟାଏ ପଟେ ସରକାରୀ ନିୟମ କୁ ଖୋଲାଖୋଲି ଉଲଙ୍ଘନ
କରାଯାଇ କେମିତି ,କାହିକି ଓ କିପରି ବର୍ଷାରେ ପିଚୁ କାମ ହେଲା ତାହା ସହଜେ ଅନୁମେୟ ଅଟେ । ତେବେ ଦୀର୍ଘ ୨ ଶହ ମିଟର ପଯ୍ୟନ୍ତ ବର୍ଷାରେ ପିଚୁ ପଡିଥିବା ବେଳେ ରାସ୍ତା ର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନ ଏବେ ଉଠିଛି । ତେଣୁ ନିର୍ମାଣ ପିଚୁ କୁ ଖୋଲା ଯାଇ ପୁନଃ ନୂତନ ଭାବେ କାର୍ଯ୍ୟ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Comments (0)
Add Comment