ଚିକିତ୍ସା ସହାୟତା ଅପେକ୍ଷାରେ ରୁମାଞ୍ଚଳ

କଳାହାଣ୍ଡି (କୋଶଲ ନ୍ୟୁଜ)କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ଗାଁ ର ଶ୍ରୀପତି ମାଝୀ ଙ୍କ ଦୁଃଖ କହିଲେ ନ ସରେ l 6 ବର୍ଷର ପୁଅ ରୁମାଞ୍ଚଳ ମାଝୀ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇ ଗତ ଏକ ବର୍ଷ ହେବ ବିଛଣାରେ ପଡିରହି ଜୀବନ ସହ ସଂଗ୍ରାମ କରୁଛନ୍ତି l ଶ୍ରୀପତି ଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ପୁଅର ଚିକିତ୍ସା କରିବାକୁ ମଧ୍ୟ ସକ୍ଷମ ନୁହନ୍ତି lଏକ ବର୍ଷ ହେବ ଚିକିତ୍ସା ନିମନ୍ତେ ନିଜର ସର୍ବସ୍ବ ସାରି ଧାର କରଜ ରେ ବୁଡି ପୁଅର ଚିକିତ୍ସା କରି ନପାରି ଭାଗ୍ୟକୁ ଆଦରି ଘରେ ପଡି ରହିଛନ୍ତି l ଗତ ବର୍ଷ ଲକ ଡାଉନ ସମୟରେ ଶ୍ରୀପତି ପୁଅ କୁ, ସମ ହସ୍ପିଟାଲ, ଏମ୍ସ, ଓ଼ ପରେ ଆଚାର୍ଯ୍ୟ ହରିହର ମେଡିକାଲ ରେ ପୁଅର ତିନି ତିନି ଥର ଅସ୍ତ୍ରୋପଚାର କରି ସାରିଲେଣି ହେଲେ ଏ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ରେ କୌଣସି ଉନ୍ନତି ହେଉନାହିଁ, ଧୀରେ ଧୀରେ ମୁଣ୍ଡ ର ଆକାର ବଢ଼ିବାରେ ଲାଗିଛି lକୁଳି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିବା ଶ୍ରୀପତି ଙ୍କ ପରିବାର କହିଲେ ବୃଦ୍ଧ ବାପା ମା, ସ୍ତ୍ରୀ ଓ଼ ଗୋଟିଏ ଝିଅ ଓ଼ ରୁମାଞ୍ଚଳ|ଲକଡାଉନ ଯୋଗୁଁ ଜୀବିକା ହରେଇଥିବା ବେଳେ ପୁଅ ର ଚିକିତ୍ସା ପାଇଁ ଚିନ୍ତାରେ ପରିବାର l ପୁଣି ଥରେ ଡାକ୍ତର ଆଣିବାକୁ କହିଥିଲେ ମଧ୍ୟ ଅର୍ଥ ଅଭାବ ରୁ ମେଡିକାଲ ନେଇ ପାରୁନାହାନ୍ତି l

ଶ୍ରୀପତି ଙ୍କ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ପୁଅ ରୁମାଞ୍ଚଳ ର ନାମ ନାହଁ l ସରକାର ଙ୍କ ତରଫରୁ ଆଜି ଯାଏଁ କୌଣସି ସହାୟତା ପାଇପାରିନାହାନ୍ତି l ସରକାର ଙ୍କ ତରଫରୁ ସାହାଯ୍ୟ ସହଯୋଗ ହେଲେ ପୁଅ ର ଚିକିତ୍ସା କରି ପାରନ୍ତି ବୋଲି ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି|

Comments (0)
Add Comment