କାଲି ଥିଲା ସାବିତ୍ରୀ ବ୍ରତ

କଳାହାଣ୍ଡି (କୋଶଲ ନ୍ୟୁଜ): ଜଣେ ସ୍ତ୍ରୀ ପାଇଁ ସ୍ବାମୀ ହେଉଛି ତାର ସଙ୍ଖା ସିନ୍ଦୁର ଆଉ ସ୍ବାଭିମାନ l ଏପରି କି ସ୍ବାମୀ ଇହ କାଳ ଏବଂ ପର କାଳର ଦେବତା l ଆଉ ଏଇ ସ୍ବାମୀ ସ୍ତ୍ରୀ ସମ୍ପର୍କ ହେଉଛି ଜନ୍ମ ଜନ୍ମାନ୍ତର ର ସମ୍ପର୍କ l ନିଶ୍ବାସ ବିଶ୍ବାସ ଓ ଭାଗ୍ଯ ଭରଷା ର ସାଥୀ ହେଉଛି ସ୍ବାମୀ l ସେଇଥି ପାଇଁ ତ ସ୍ବାମୀର ଶୁଭ ମନାସୀ ସ୍ତ୍ରୀ ସିଣ୍ଠିରେ ନାଲି ସିନ୍ଦୁର ନେଇ ହାତରେ ନାଲି ଶଙ୍ଖା ପିନ୍ଧି ଥାଏ l ବେଦୀର ହୋମ ନିଆଁ ଓ ବିବାହ ର ହାତ ଗଣ୍ଠିରୁ ହୋଇଥାଏ ଏହି ଅତୁଟ ବନ୍ଧନ l ଦୁହିଁଙ୍କୁ ଜନ୍ମ ଜନ୍ମନ୍ତର ପାଇଁ ଏକାକାର କରିଦିଏ ଏହି ବନ୍ଧନ l ସ୍ବାମୀର ହାତ କୁ ଧରି ସ୍ତ୍ରୀ ଜିବନର ବାଟ ଚାଲେ l ଆଉ ସ୍ତ୍ରୀର ପ୍ରିତି ଭରା ପ୍ରେମକୁ ସାଙ୍ଗରେ ନେଇ ସ୍ବାମୀ ଜିବନ ସାରା ବାଟ ଚାଲିବାକୁ ସାହାସ ଯୋଟାଏ l ତେବେ ଜଣେ ସଧବା ସ୍ତ୍ରୀ ପାଇଁ ସିନ୍ଦୁର ହିଁ ସବୁ କିଛି l ଆଉ ଏଇ ସିନ୍ଦୁର କୁ ସୁରକ୍ଷା ଦେବାକୁ ସେ ଦେବା ଦେବୀଙ୍କୁ ପ୍ରାର୍ଥନା କରିଥାଏ l ଏବଂ ପ୍ରତି ବର୍ଷ ପାଳିଥାଏ ସାବିତ୍ରୀ ବ୍ରତ l ସେଇତି ପାଇଁ ତ ସାବିତ୍ରୀ ହେଉଛନ୍ତି ସଧ୍ବି ନାରିର ଆଦର୍ଶ l ସାବିତ୍ରୀ ଙ୍କ ଭଳି ଆଜିବନ ସଧବା ରହିବା ପାଇଁ ପ୍ରତିଟି ବିବାହିତ ନାରୀ ପ୍ରାର୍ଥନା କରଥାନ୍ତି l ପ୍ରତି ବର୍ଷ ଜ୍ଯୋଷ୍ଠ ମାସ ଅମବାସ୍ଯା ତିଥିରେ ପାଳନ କରାଯାଏ ସାବିତ୍ରୀ ବ୍ରତ l ଆଉ ଏଇ ସାବିତ୍ରୀ ବ୍ରତ କୁ ନେଇ ଏକ କିମ୍ବଦନ୍ତି ମଧ୍ଯ ରହିଛି l କୁହାଯାଏ ମାଦ୍ର ଦେଶରେ ଅଶ୍ବପତି ନାମକ ଜଣେ ରାଜା ରାଜୁତି କରୁଥିଲେ l ଓ ତାଙ୍କର କୋଣଷି ପୁତ୍ର କି କନ୍ଯା ସନ୍ତାନ ନଥିବାରୁ ଦୁଃଖରେ ଭାଙ୍ଗିପଡି ମୁନି ରୁଷି ଙ୍କୁ ଠାକି ସାବିତ୍ରୀ ଯଜ୍ଞ କରିଥିଲେ l ଆଉ ସେହି ଯଜ୍ଞ ବଳରେ ଏକ କନ୍ଯା ସନ୍ତାନ ପ୍ରାପ୍ତି କରିଥିଲେ l ଆଉ ସେହି କନ୍ଯାଟିର ନା ରଖିଥିଲେ ସାବିତ୍ରୀ l ଦିନେ ସାବିତ୍ରୀ ବନ ଭିତରେ ଭ୍ରମଣ କରିବା ସମୟରେ ସାଲ୍ବ ରାଜା ଦ୍ଯୁମତସେନ ଙ୍କ ପୁଅ ସତ୍ଯବାନ ଙ୍କ ରୁପ ଓ ଗୁଣ ରେ ମୁଗ୍ଧ ହୋଇ ସ୍ବାମୀ ରୁପେ ଗ୍ରହଣ କରିଥିଲେ l ଯିଏକି ସେହି ସମୟରେ ବନରେ ବାସକରି ଫଳ ମୂଳ ଖାଉଥିଲେ l ସାବିତ୍ରୀ ଯେତେ ବେଳେ ସତ୍ଯବାନଙ୍କୁ ବିବାହ କରି ଜଙ୍ଗଳ ରେ ରହୁଥିଲେ ସେତେ ବେଳେ ସତ୍ଯବାନ ଙ୍କ ଆୟୁ ମାତ୍ର ଏକ ବର୍ଷ ଥିଲା l ଆଉ ଯେତେ ବେଳେ ତାଙ୍କ ବିବାହ କୁ ଏକ ବର୍ଷ ପୁରିଲା ସେତେ ବେଳେ କାଠ ସଂଗ୍ରହ କରିବା ପାଇଁ ଘଞ୍ଚ ବନ ଭିତରକୁ ଯାଇ ସାବିତ୍ରୀ ଙ୍କ କୋଳରେ ମୁଣ୍ଡ ରଖି ସତ୍ଯବାନ ଆଖିବୁଜି ଦେଇଥିଲେ l କୁହାଯାଏ ସତ୍ଯବାନଙ୍କ ମୃତ୍ଯୁ ପରେ ମଧ୍ଯ ଯମ ଦୂତ ମାନେ ତାଙ୍କ ଜିବନକୁ ନେଇଯିବା ପାଇଁ ସାବିତ୍ରୀଙ୍କ ପାଖ ଆସିଥିଲେ l ଏବଂ ସତୀ ସାବିତ୍ରୀ ଙ୍କ ସତିତ୍ବ ଉଜ୍ଜଳ ତୋଫାପଣ ର ଛାୟା ତାଙ୍କୁ ଘେରି ରହିଥିଲା l ଫଳରେ ହାର ମାନି ସେଠାର ସତ୍ଯବାନ ଙ୍କ ଜିବନ ଦିପକୁ ଛାଡି ଚାଲି ଯାଇଥିଲେ ଯମଦୁତ ମାନେ l ଆଉ ଶେଷ ରେ ନିଜେ ଯମରାଜ ଆବିର୍ଭାବ ହେବା ସହିତ ସତ୍ଯବାନଙ୍କ ଜିବନ କୁ ଧରି ଯମପୁର ଜିବା ପାଇଁ ବାହାରୀ ଥିଲେ l

ଏହି ସମୟରେ ସାବିତ୍ରୀ ଯମରାଜଙ୍କ ପଛେ ପଛେ ଦୌଡିବାକୁ ଆରମ୍ଭ କରିଥିଲେ l ଯେଉଥିରେ ତୃପ୍ତ ହୋଇ ଯମରାଜ ତାଙ୍କୁ ତିନୋଟି ବର ଭିକ୍ଷା କରିବାକୁ କହିଥିଲେ l ତେବେ ପ୍ରଥମ ବରରେ ତାଙ୍କ ଅନ୍ଧ ଶଶୁରଙ୍କ ଚକ୍ଷୁ ପାଇବା ଓ ଦ୍ବିତୀୟ ବରରେ ଶଶୁରଙ୍କ ସଲ୍ବା ରାଜ୍ଯ ଫେରାଇ ଦେବା ପାଇଁ ବର ମାଗିଥିଲେ l ଏବଂ ତୃତୀୟ ବରରେ ଭାବେ ସାବିତ୍ରୀ ନିଜ ଗର୍ଭରୁ ସତ ପୁତ୍ର ପାଇଁ ଯନ୍ତୁପତିଙ୍କ ଠାରେ କାମନା କରିଥିଲେ l ଆଉ ଯମରାଜ ତଥାସ୍ତୁ କହି ଫେରିବା ସମୟରେ ସ୍ବାମୀଙ୍କ ବିନା ସାବିତ୍ରୀ କିପରି ସତପୁତ୍ର ର ଜନନୀ ହେବ ବୋଲି ପ୍ରଶ୍ନ କରିଥିଲେ l ଆଉ ତା ପରେ ଯମରାଜ ନିରୁପାୟ ହୋଇ ସତ୍ଯବାନଙ୍କୁ ପୁନଃ ଜିବିତ କରାଇ ଆୟୁଦାନ କରିଥିଲେ l କିମ୍ବଦନ୍ତି ରୁ ପ୍ରଚଳିତ ଏଇ ଉପାକ୍ଷାନ କୁ ଆଧାର କରି ଆଜି ବି ସଧବା ନାରୀ ମାନେ ନିଜ ସ୍ବାମୀଙ୍କ ଦିର୍ଘାୟୁ ପାଇଁ ସାବିତ୍ରୀ ବ୍ରତ ପାଳନ କରନ୍ତି l ଆଉ ନିଜ ସିଣ୍ଠିରେ ସିନ୍ଦୁର ହାତର ସଙ୍ଖାକୁ ସବୁଦିନ ପାଇଁ ଶକ୍ତ କରିବାକୁ ବ୍ରତ ପାଳନ୍ତି l

Comments (0)
Add Comment