ଭିନ୍ନକ୍ଷମ ହେଲେବି ସ୍ଵାଭିମାନୀ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରବଖରା ର ମହେଶ ମେହେର (୪୮) ଭିନ୍ନକ୍ଷମ ହେଲେ ମଧ୍ୟ ଜୀବନ ଯୁଦ୍ଧରେ ହାରି ନ ଯାଇ ସ୍ୱାଭିମାନ ର ସହ ଟିଉସନ ପଢ଼ାଇ ଦି ପଇସା ରୋଜଗାର କରି ନିଜ ପରିବାରକୁ ପ୍ରତିପୋଷଣ କରୁଛନ୍ତି।ପିଲାବେଳୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ମହେଶ ଭିନ୍ନକ୍ଷମ ହୋଇଗଲେ। ପାଠ ବି ମାଟ୍ରିକ ପର୍ଯ୍ୟନ୍ତ ପଢ଼ିଲେ।ତାପରେ ପରିବାରରେ ଆର୍ଥିକ ସମସ୍ୟା ଯୋଗୁଁ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେଲେ ।ପିତା ମାତା ଙ୍କ ମୃତ୍ୟୁ ପରେ ତାଙ୍କୁ ଜୀବନ ସହିତ ସଂଗ୍ରାମ କରିବାକୁ ପଡ଼ିଲା।କିଛି ଦିନ ଟିଉସନ୍
ପଢ଼ାଇ ସେଥିରେ ଚଳିଲେ।ପରେ ଅଧିକ ସମସ୍ୟା ଦେଖା ଦେବାରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଯାଇ ରହୁଥିଲେ।କିଛି ବର୍ଷ ଗଲାପରେ ଗାଁ କୁ ଆସି ପୁଣି ପିଲା ମାନଙ୍କୁ ଟିଉ ସନ୍ ପଢ଼ାଇ ଦି ପଇସା ରୋଜଗାର କରି ଜୀବିକା ନିର୍ବାହ କଲେ। ମୁଣ୍ଡରେ ପୁଣି ସ୍ତ୍ରୀ ଓ ପିଲାଙ୍କ ବୋଝ।ଭିନ୍ନକ୍ଷମ ହେଲେ ବି ଭିକ ନ ମାଗି ପରିଶ୍ରମ କରି ସ୍ବାଭିମାନ ର ସହ ବଞ୍ଚିବାକୁ ଭଲ ପାଆନ୍ତି ମହେଶ୍ୱର।ବର୍ତ୍ତମାନ ଲକ୍ ଡାଉନ୍ , ସଟ୍ ଡାଉନ୍ ପରିସ୍ଥିତିରେ ରୋଜଗାରର ପନ୍ଥା ନ ପାଇ ଖୁଣ୍ଟିଆ ରେ ଆସି କ୍ଳବ୍ ଘରେ ରହି ପିଲା ମାନଙ୍କୁ ଟିଉସନ ପଢ଼ାଇ ଦି ପଇସା ରୋଜଗାର କରି ନିଜ ସ୍ତ୍ରୀ ପିଲାଙ୍କୁ ପ୍ରତି ପୋଷଣ କରୁଛନ୍ତି। ସରକାରଙ୍କ ତରଫରୁ ଭତ୍ତା,ଚାଉଳ ମିଳୁଥିଲେ ବି ତାହା ନିଅଣ୍ଟ।ରହିବା ପାଇଁ ମଧ୍ୟ ଘର ନ ଥିବାରୁ ଭଙ୍ଗା ଦଦରା ଘରେ ତାଙ୍କ ପରିବାର ରହୁଛନ୍ତି। ଏହି ପରି ଜଣେ ସ୍ଵାଭିମାନୀ ମଣିଷ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ।ପ୍ରଶାସନ ଦୃଷ୍ଟି ଦେଇ ବାସ ଗୃହ ଏବଂ କିଛି ଆର୍ଥିକ ସାହାଯ୍ୟ ଓ ସହଯୋଗ କରିବା ପାଇଁ ସେ ପ୍ରଶାସନ ତଥା ସମାଜ କଲ୍ୟାଣକାରୀ ସଂସ୍ଥା ଙ୍କୁ ଅନୁରୋଧ କରିଛନ୍ତି।

Comments (0)
Add Comment