ଶୀକାର ପାଇଁ ଯାଇଥିବା ବେଳେ ଦେଶୀ ବନ୍ଧୁକ ରୁ ଗୁଳି ଫୁଟି ଅଘଟଣ

କୋଶଲ ନ୍ୟୁଜ୍ ବ୍ୟୁରୋ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ କୁଲିଆମୁଣ୍ଡା ଜଙ୍ଗଲ ରେ ଶିକାର କରୁଥିବା ସମୟରେ ଦେସୀ ବନ୍ଧୁକ ରୁ ଗୁଳି ଫୁଟି ଜଣେ ଶିକାରୀ ର ମୃତ୍ଯୁ ହୋଇଛି I ମୃତକ ଜଣକ ସବିଗୁଡା ଗାଁର ସୁରେନ୍ଦ୍ର ରାଉତ ବୋଲି ଜଣା ପଡିଥିବା ବେଳେ ପାଞ୍ଚ ଜଣ ସାଙ୍ଗ ମାନଙ୍କ ସହ ଶିକାର କରିବା ଉଦ୍ଧେଶ୍ଯ ରେ ଜଙ୍ଗଳ କୁ ଯାଇଥିଲେ I ଏବଂ ଶିକାର କରୁଥିବା ସମୟରେ ସାଥିରେ ନେଇଥିବା ଦେଶୀ ବନ୍ଧୁକ ରୁ ଗୁଳି ଫୁଟି ଶିକାରୀ ସୁରେନ୍ଦ୍ର ରାଉତ ଙ୍କ ମୁଣ୍ଡରେ ଗୁଳି ବାଜିବାରୁ ଘଟଣା ସ୍ଥଳରେ ହିଁ ମୃତ୍ଯୁ ହୋଇଥିବା ସୂଚନା ରହିଛି । ତେବେ ଘଟଣା ସ୍ଥଳରେ ଜୟପାଟଣା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Comments (0)
Add Comment