କମ ବୟସରେ ଇଣ୍ଡିଆ ବୁକ ରେକର୍ଡ ରେ ସ୍ଥାନ ପାଇଲେ କଳାହାଣ୍ଡି ଜୁନାଗଡ ର ସ୍ୱୟଂ ଶିବ ଯୋଶୀ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ସମୀର ରଞ୍ଜନ ଯୋଶୀ ଏବଂ ସାଗରିକ ଯୋଶୀଙ୍କ ସୁପୁତ୍ର ସ୍ୱୟଂ ଶିବ ଯୋଶୀ ମାତ୍ର ୪ ବର୍ଷ ୫ ମାସ ବୟସରେ ୯ ଫୁଟ ବିଶିଷ୍ଟ ୩ ଗୋଟି ଷ୍ଟିଲ ଖମ୍ବକୁ ମାତ୍ର ୩୭ ସେକେଣ୍ଡରେ ଚଢି ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି ! ଜେଜେ ବାପା ଶଶୀ ସେନ ଯୋଶୀ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରେରଣା ରେ ମାତ୍ର ୩ ବର୍ଷ ବୟସରେ ଖମ୍ବ ଚଢ଼ିବାର ଅଭ୍ୟାସ ବଳରେ ସ୍ୱୟଂ ଶିବ ଏହି ଦକ୍ଷତା ହାସଲ କରିଛନ୍ତି ! ଏହି ସାହାସିକତା ର ପ୍ରମାଣ ସମଗ୍ର କଳାହାଣ୍ଡି ପାଇଁ ଗର୍ବ ଓ ଗୌରବ ! ସ୍ୱୟଂ ଶିବ ଯୋଶୀ ଭବିଷ୍ୟତ ରେ ଜଣେ ଲଢୁଆ ସୈନିକ ହେବା ସହ ଅଞ୍ଚଳ ତଥା ଜିଲ୍ଲା ର ନାମ କୁ ଗୌରବମୟ କରିବାର ଲକ୍ଷ ରଖିଛନ୍ତି !

Comments (0)
Add Comment