ନିଆଁ ଲାଗି ପାଳ ଓ ଧାନ ନଷ୍ଟ

କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ଅଁଲାପାଲି ଗ୍ରାମର ଜଣେ ଚାଷୀ ଙ୍କ କ୍ଷେତ ବିଳରେ ୧୦୦ ବସ୍ତା ଧାନ ରଖା ଯାଇଥିବା ବେଳେ ସେଥିରେ ନିଆଁ ଲାଗି ପ୍ରାୟ ୧୦ ରୁ ଉର୍ଦ୍ଧ ବସ୍ତା ଧାନ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪ ଘଣ୍ଟା ସମୟରେ ଅଁଲାପାଲି ଗାଁର ପୁରିତ ସାହୁ ଙ୍କ ଧାନ ଖଳା ରେ ଥିବା ପାଳ ଗଦା ନିକଟ ରେ ଜଣେ ଶିଶୁ ଦିଆସିଲି ଧରି ଖେଳୁଥିବା ଅବସ୍ଥାରେ ନିଆଁ ଲଗେଇ ଦେଇଥିଲେ । ଫଳରେ ଉକ୍ତ ପାଳ ଗଦାରେ ନିଆଁ ଲାଗି ବ୍ୟାପି ବାରେ ଲାଗିଥିଲା । ଏହାଦେଖି ନିକଟରେ ଥିବା ଜଣେ ଯୁବକ ସଙ୍ଗେ ସଙ୍ଗେ ଫୋନ୍ ମାଧ୍ୟମ ରେ ମ.ରାମପୁର ଅଗ୍ନିଶ୍ରମ ବିଭାଗ କୁ ଫୋନ କରି ଜଣେଇଥିଲେ । ପରେ ଖବର ପାଇ ମ. ରାମପୁର ଅଗ୍ନିଶ୍ରମ ବିଭାଗ ର କର୍ମଚାରୀ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ଫଳରେ ଉକ୍ତ ଧାନ ଖଳାରେ ପଡିରିହି ଥିବା ଧାନ ଗୁଡିକ ମଧ୍ଯରେ ୧୦ ବସ୍ତା ଧାନ ପୋଡି ପାଉଁଶ ହୋଇଥିବା ବେଳେ ଆଉ ୯୦ ବସ୍ତା ଧାନ ସୁରକ୍ଷିତ ରହିଥିବା ସୂଚନା ରହିଛି l

Comments (0)
Add Comment