ଚାରିଛକ ରାସ୍ତାରେ ଷ୍ଟ୍ରୀଟ ଲାଇଟ ଦାବୀ

କଳାହାଣ୍ଡି (କୋଶଲ ନ୍ୟୁଜ୍ ) କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସାହାଜପାଟି ଗ୍ରାମର ନୂଆପଡା ଠାରେ ୧୨ ରୁ ୧୫ ପରିବାର ବସବାସ କରୁଛନ୍ତି ! ଏଣୁ ପଡା ବାସି ଚାରିଛକ ରାସ୍ତାରେ ଷ୍ଟ୍ରୀଟ ଲାଇଟ ଲଗା ଯିବାକୁ ଦାବୀ ହେଉଛି ! ସେହି ରାସ୍ତା ଦେଇ ଗ୍ରାମର ସମସ୍ତ ପୁରୁଷ ମହିଳା ମାନେ ଯାତାୟତ କରିଥାନ୍ତି ! କିନ୍ତୁ ଉକ୍ତ ରାସ୍ତାରେ (ଚାରିଛକରେ ) କୌଣସି ଲାଇଟ ବ୍ୟବସ୍ଥା ନ ଥିବାରୁ ସନ୍ଧ୍ୟା ହେଲେ ଶୂନଶାନ ହୋଇ ପଡୁଛି ! ଫଳରେ ଚୋରି ତଥା ଅସାମାଜିକ କାର୍ଯ୍ୟ ବଢୁଛି ! ଏପରିକି ଲୋକେ ଉକ୍ତ ରାସ୍ତାରେ ଯିବାକୁ ଭୟ କରୁଛନ୍ତି ! ସୂଚନା ମୁତାବକ ଚାରି ଛକ ରେ ଥିବା ଭିକାରି ଚରଣ ଚୌଧୁରୀଙ୍କ ଦୋକାନ ଦୁଇଥର ତାଲା ଭାଙ୍ଗି ଚୋରି ହୋଇଥିବା ଓ ଅନ୍ଧାର ହେତୁ ସାଇକେଲ ଚୋରି କରି ନେଇ ଯାଇଥିବା ଘଟଣା ସାମ୍ନା କୁ ଆସିଛି ! ଏ ଚୋରି ଘଟଣା ବିଷୟରେ ନିଜେ ସରପଞ୍ଚ ଅବଗତ ଅଛନ୍ତି ! ପଞ୍ଚାୟତ ତରଫରୁ ବିଭିନ୍ନ ରାସ୍ତାରେ ଷ୍ଟ୍ରୀଟ ଲାଇଟ ଲଗାଯାଇଥିଲେ ସୁଦ୍ଧା ଉକ୍ତ ଚାରି ଛକ ନୂଆପଡା ରାସ୍ତାରେ ଏପର୍ଯ୍ୟନ୍ତ ଷ୍ଟ୍ରୀଟ ଲାଇଟ ଲଗାଯାଇ ନାହିଁ ! ଉକ୍ତ ରାସ୍ତା ଟି ନୂଆପଡା ତଥା ଗାଁ ର ସମସ୍ତଙ୍କ ପାଇଁ ମୁଖ୍ୟ ଚଲା ବାଟ ହୋଇଥିବାରୁ ନୂଆପଡା ଚାରିଛକ ରାସ୍ତାରେ ତୁରନ୍ତ ଷ୍ଟ୍ରୀଟ ଲାଇଟ ଲଗାଇ ବାକୁ ନୂଆପଡା ତଥା ସମସ୍ତ ଗ୍ରାମବାସୀଙ୍କ ତରଫରୁ ଦାବୀ ହେଉଛି ! ଏ ବିଷୟରେ ସ୍ଥାନୀୟ ସରପଞ୍ଚ ଝଷନେତ୍ରୀ ଭୋଇ ଙ୍କୁ ପଚାରିବାରୁ ଖୁବ ଶୀଘ୍ର ଷ୍ଟ୍ରୀଟ ଲାଇଟ ଲଗାଯିବ ଏ ବିଷୟରେ BDO ମହୋଦୟ ଙ୍କୁ ଅବଗତ କରାଇଛି ବୋଲି ପ୍ରକାଶ କରିଛନ୍ତି !

Comments (0)
Add Comment