ଶବ ସତ୍କାର ପାଇଁ ମିଲିଲା ନି କାନ୍ଧ ,ଆଗେଇ ଆସିଲେ ସ୍ବର୍ଗଦ୍ବାର ସଂଗଠନ ର କାର୍ଯ୍ଯକର୍ତ୍ତା

କଳାହାଣ୍ଡି : (କୋଶଲ ନ୍ୟୁଜ୍) ଭରଷା ଭାଙ୍ଗୁଛି ଭୁତାଣୁ ଭୟ l ବିଶ୍ବାସ ବଢାଉଛି ସଂକ୍ରମଣ ସନ୍ଦେହ l କରୋନା ପାଇଁ ଲୋକଙ୍କ ମନରୁ ମରି ଗଲାଣୀ ବିଶ୍ବାସ l ସନ୍ଦେହ ପାଇଁ ସମାଜରୁ ଲିଭି ବାକୁ ବସିଲାଣୀ ବିଶ୍ବାସ ବୋଲି ଶବ୍ଦ l ପର ତ ପର ଆପଣାର ଲୋକେ ବି ଆଡ ଆଖିରେ ଦେଖୁ ନାହାନ୍ତି l ସଂକ୍ରମିତ ହୋଇଯିବା ଭୟରେ ପାଖ ମାଡୁ ନାଁହାନ୍ତି କେହି l ଆଉ ମଲା ପରେ ମୃତ ଦେହକୁ ସ୍ମସାନକୁ ନେବା ପାଇଁ କେହି ଆସୁ ନାହାନ୍ତି l ଆଜି ଆମେ ଆପଣଙ୍କୁ ଏଭଳି ଏକ ଦୁଃଖଦ ଚିତ୍ର ଦେଖାଇବୁ ଯାହାକୁ ଦେଖିଲା ପରେ ଆପଣ ବି କହିବେ ସତରେ ଏ ସନ୍ଦେହ ପାଇଁ ସମାଧି ହୋଇଛି ମଣିଷ ପଣିଆ l ଏଭଳି ଏକ ଦୁଃଖଦ ଚିତ୍ର ଟି ହେଉଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ବେଲଖଣ୍ଡି ପଞ୍ଚାୟତ ର ତାଲଭଅଁରା(ସାହାଜପାଟି) ଗାଁର l

ଏହି ଗାଁର ଜଣେ ୬୫ ବର୍ଷିୟ ଜୈନିକ ବ୍ଯକ୍ତି ଙ୍କର ମୃତ୍ଯୁ ହୋଇଛି l ତେବେ ଗତ କିଛି ଦିନ ତଲେ ଜୈନିକ ବ୍ଯକ୍ତି ଜଣକ ରୋଗା ଗ୍ରସ୍ତ ଅବସ୍ଥାରେ ଖଟିଆ ରେ ପଡି ରହିଥିଲେ l ଦଇବ ର କୃତ ଯୋଗୁଁ ଜୈନିକ ବ୍ଯକ୍ତିଙ୍କ ମତ୍ଯୁ ହୋଇଥିଲା l ରୋଗା ଗ୍ରସ୍ତ ଥିବା କାରଣରୁ କାଳେ ସଂକ୍ରମଣ ହୋଇଥିବେ ସେହି ସନ୍ଦେହରେ ପାଖ ମାଡି ନଥିଲେ ପରିଜନ l ତେବେ ଆପଣାର ଲୋକେ ପର କରି ଦେବା ପରେ ଆଗେଇ ଆସିଲା ସ୍ବର୍ଗଦ୍ବାର ସେବା ସଂଗଠନ l ଶବକୁ ଶେଷ ସମ୍ମାନ ଦେବାକୁ ଯେଉଁଠି ରକ୍ତ ସଂମ୍ପର୍କ କୁଣ୍ଠାବତ କରୁଛନ୍ତି l ଆତ୍ମିୟ ସିନା ଚାହିଁଲେ ନି , କିନ୍ତୁ ସଙ୍କଟ ସମୟ ର ଯୋଦ୍ଧା ଶବ ସତ୍କାର କରିବା ପାଇଁ ଆଗେଇ ଆସିଥିଲେ l ରିତି ନିତିରେ ମୃତ ବ୍ଯକ୍ତିଙ୍କ ଅନ୍ତିମ ସଂସ୍କାର କଲେ ୫ ଜଣ ସମାଜ ସେବୀ l ତେବେ ଜୈନିକ ବ୍ଯକ୍ତି ମତ୍ଯୁ ହେବା ଖବର ପାଇ ସ୍ବର୍ଗଦ୍ବାର ସେବା ସଙ୍ଗଠନ ର ମୁଖ୍ଯ ତଥା ଅଞ୍ଚଳ ର ସମାଜସେବୀ ମନୋଜ ପଟ୍ଟନାୟକୁ ଙ୍କୁ ଫୋନ କରିଥିଲେ କେସିଙ୍ଗା ବି.ଡି.ଓ ପ୍ରଫୁଲ୍ଲ କୁମାର୍ ଓଡୁ l ଏମିତି କି ସନ୍ଦେହ ପାଇଁ ଯେତେ ବେଳେ ପରିବାର ଲୋକେ ଶବ କୁ ଛୁଇଁଲେନି ସେଠିବା କେମିତି ଗାଁ ଲୋକ ଆସିଥାନ୍ତେ l କନ୍ତିୁ ଏସବୁ ଖାତିର୍ ନକରି କେସଙ୍ଗା ତହସିଲ୍ ଦାର ଜ୍ଯୋତିର୍ମୟ କର ଓ ପଲମ ପାଣ୍ଡି ପୋଲିସ ଏ.ଏସ୍.ଆଇ ଶବ ସତ୍କାର ସମୟରେ ଉପସ୍ଥିତ ରହିଥିଲେ l

Comments (0)
Add Comment