ହଜି ଯାଉଛି ତାଳପତ୍ର ଯାତକ

ଯାତକ ଏମିତି ଏକ ଦସ୍ତାବିଜ ଯେଉଁଥିରେ ମଣିଷ ର ଜନ୍ମ ଠାରୁ ମୃତ୍ଯୁ ପର୍ଯ୍ଯନ୍ତ ତଥ୍ଯ ଥାଏ l ଏମିତି କି ଅନେକ ରହସ୍ଯ ଅଦୃଶ୍ଯ ବିବରଣୀ ମଧ୍ଯ ଲିପିବଦ୍ଧ ହୋଇ ରହିଥାଏ l ସେଥିପାଇଁ ତ ସାଧାରଣ ମଣିଷ ହେଉ କି ଚନ୍ଦ୍ର ପୁଷ୍ଠରେ ମାନବ ବିହିନ ଯାନ କୁ ପହଞ୍ଚାଇ ପାରୁଥିବା ବୈଜ୍ଞାନିକ ହୁଅନ୍ତୁ l କେହି ଯାତକର ଯାଦୁରୁ ମୁକ୍ତ ନୁହନ୍ତିଁ l ଶିଶୁଟିଏ ଜନ୍ମ ହେବା କ୍ଷଣୀ ସମୟ କୁ ଲିପିବଦ୍ଧ କରି ଯାତକଟିଏ ପ୍ରସ୍ତୁତ ହୋଇଥାଏ l ସେହି ସମୟରେ ଗ୍ରହଙ୍କ ଉପସ୍ଥିତି ଓ ଚଳନ କୁ ନେଇ ନିର୍ଦ୍ଧାରିତ ହୋଇଥାଏ ରାଶି ନକ୍ଷତ୍ର l ତେବେ ସମୟ ଅନୁସାରେ ଭବିଷ୍ଯତ କହୁଥିବା ବ୍ଯକ୍ତିଙ୍କ ଆଗ୍ରହ ଯଦି ଓ ଏ ଦିଗରେ କମିନି l କିନ୍ତୁ ଯାତକ ର ରୁପ ପୁରା ବଦଳି ଯାଇଛି l ତେବେ ଚାଳପତ୍ର ରେ ଖୋଦେଇ ହୋଇ ଲେଖା ଯାଉଥିବା ତାଳପତ୍ର ଯାତକ ଏବେ କାଗଜ ରେ ନହେଲେ କମ୍ପ୍ଯୁଟର୍ ରେ ଲିପିବଦ୍ଧ ହେଉଛି l ତାଳପତ୍ର ର ଯାତକ ହେଉଛ ବିତିଲା ଦିନର କଥା l ଯେମିତି ତାଳପତ୍ର ପୋଥିର ଅନେକ କଥା ,ଅନେକ କାହାଣୀ,ଅସୁମାରୀ ଗବେଷଣା ଏବଂ ରହସ୍ଯ ର କେବଳ ନଥି ହୋଇ ରହିଛି l ପୁରା ବିଶ୍ବ ଏବେ ବିଶି ଆଙ୍ଗୁଳିରେ ଛୋଟ ପେନଡ୍ରାଇଭ୍ ରେ ସିମିତ ହୋଇ ରହି ଯାଇଛି l ତେବେ କାହିଁ କେତେ କାଳରୁ ଭବିଷ୍ଯତ କହି ଆସୁଥିବା ଯାତକର ଅସାମ୍ପ୍ରତିକ ସ୍ଥିତି ଦେଖିଲେ ଜଣା ପଡେ ସେ ସମୟ ପରି ତାଳପତ୍ର ଯାତକର ଆଦର ଆଉ ନାହିଁ l ଲେଖନିରେ ଲେଖିବା ଏବେ କାଠିକର ପାଠ ହୋଇଛି l କେହି କେହି ଅବଶ୍ଯ ଏହି ତାଳପତ୍ର ଯାତକ ତିଆରି କରୁଛନ୍ତି l ତଥାପି ଭବିଷ୍ଯତ କହିବା ପାଇଁ ଆଜିକାଲି ସମୟରେ କମ୍ପ୍ଯୁଟର ହିଁ ଜଥେଷ୍ଟ l କାରଣ ପାଞ୍ଜିର ପୂର୍ଣ୍ଣ ବିବରଣୀ ଏବେ କମ୍ପ୍ଯୁଟର୍ ର ଭିତରେ l ତେବେ ଗୋଟିଏ କୁଷ୍ଠିରେ ,ଲଗ୍ନ ରେ ଲୋକଙ୍କର ନବଗ୍ରହ ଙ୍କ ସ୍ଥିତ ର ଅନେକ ଗୁଡ ରହସ୍ଯ ରହିଥାଏ l କଥାରେ ଅଛି “ଯାତି ପଛେ ନଥାଉ ଯାତକ ଭଳଥାଉ” ଜନ୍ମ ହେଲେ ମୃତ୍ଯୁ ସୁନିଶ୍ଚିତ l ତଥାପି ମଣିଷ ର ଭାଗ୍ଯ ଭଗବାନଙ୍କ ହାତରେ ବୋଲି ସମସ୍ତେ କହନ୍ତି l ସେଥିପାଇଁ କିଛି ଅଘଟଣ କି ଅଧୁବିଧା ଉପୁଜିଲେ ଯେପରି ମଣିଷ ଭଗବାନଙ୍କୁ ସ୍ମରଣ କରେ ସେମିତି ସମସ୍ଯା ଜନିତ ମଣିଷ ପଣ୍ତିତଙ୍କୁ ଯାତକ ଦେଖାଇ ଏହାର ପ୍ରତିକାର କରିବାକୁ ଚେଷ୍ଟା କରିଥାଏ l ତେବେ ଅଗଣିତ ଲୋକଙ୍କ ବିଶ୍ବାସ ଆଗରେ କମ୍ପ୍ଯୁଟର ଯେତେ ବି ତଥ୍ଯ ଦେଉ ନାଁ କାହିଁକି ପାଞ୍ଜିରୁ ଗଣି କହୁଥିବା ପଣ୍ଡିତ ଙ୍କ କଥା ଅନେକ ଶ୍ରେଷ୍ଠ ବୋଲି ମାନିଛନ୍ତି ଲୋକେ l ସେ ଗାଁ ହେଉ ଅବା ସହର ଯାତକ ଗଣନା କରିବା ଓ ତିଆରୀ କରିବା ଅନେକ ଲୋକଙ୍କ ପାଇଁ ରୋଜଗାର୍ ର ରାହା ଦେଖାଉ ଥିଲା l କିନ୍ତୁ ସମୟ ସାପେକ୍ଷ ହେଉଥିବାରୁ ତାଳପତ୍ର ଏବେ ଲୋକଙ୍କ ଆଦର ର ବହୁ ଦୁରରେ ରହିଛି l ମଣିଷର ଭାଗ୍ଯକୁ ଲିପିବଦ୍ଧ ଭଳି ପୁରାତନ ଯୁଗର ବିବରଣୀ ଧାରଣ ପାଇଁ ତାଳପତ୍ର ର ସ୍ଥାନ ଥିଲା ସ୍ବତନ୍ତ୍ର l ଇତିହାସ ହେଉ ଅବା ପୌରାଣିକ ର ବର୍ଣ୍ଣିତ କଥା ସେସବୁ ରହୁଥିଲା ତାଳପତ୍ର ପୋଥିରେ l ବେଦ ପୁରାଣ ହେଉ କି ମହାଭାରତ ଅବା ରାମାୟଣ l ବିଜ୍ଞାନ ହେଉ କି ଜଟିଳ ବିଚାର କିମ୍ବା ଲୋକଙ୍କ ର ଅଖଣ୍ଡ ବିସ୍ବାସ ଥିବା ମାଳିକାରେ ବର୍ଣ୍ଣିତ କଥା ଏସବୁ ର ତାଳପତ୍ର ଥିଲା ଜିବନ ସାଖି l ତେବେ ଆମ ପିଢିରେ ଏସବୁ ଥିଲା ବୋଲି ତ ଆମେ ଜାଣିଲେ କିନ୍ତୁ ପରପିଢି କୁ ଏହି ଦୃଶ୍ଯ ଦେଖିବାକୁ ସେ ଆଶା ବି ନାହିଁ l ଆମ ସଂସ୍କୃତି ଆମ ପରମ୍ପରା ଆମ ଚିକିତ୍ସା ପଦ୍ଧତିର ମୁକ ସାକ୍ଷୀ ଯାହା ଆମକୁ ଯୁଗ ଯୁଗ ପାଇଁ ରାସ୍ତା ଦେଖାଉଛି l ତେବେ ଏସବୁ ପାଇଁ କମ୍ଯୁଟରି କରଣ ର ଆବଶ୍ଯକତା ଅଛି l ଯାହାକୁ ନେଇ କେହି ତତ୍ପର କି l ନାଁ ଏମିତି ଦିନ ଆସିବ ଅନେକ ସତ୍ଯ ଏବଂ ଭୌଗୋଳିକ ତଥ୍ଯ କୁ ସାଇତି ରଖିଥିବା ଏସବୁ ଅମୁଲ୍ଯ ପୋଥି ନିଜେ ଇତିହାସ ହୋଇ ରହିଯିବ l

Comments (0)
Add Comment