ନର୍ଲା ନିର୍ବାଚନ ମଣ୍ଡଳୀ ୱେବ ମେଡ଼ିଆ ସଙ୍ଘ ତରଫରୁ ବାର୍ଷିକ ସାଧାରଣ ସଭା ଆୟୋଜିତ

କଳାହାଣ୍ଡି (କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀ ର ୱେବ ମେଡ଼ିଆ ସଙ୍ଘ ର ସଦସ୍ୟ ମାନଙ୍କୁ ନେଇ ବାର୍ଷିକ ସଭା ମଦନପୁର ରାମପୁର ସ୍ଥିତ କାରୁଣ୍ଡ କ୍ଷେତ୍ର କଢେଲ ରେ ଆୟୋଜିତ ହୋଇଯାଇଛି, ଉକ୍ତ ସଭା କୁ ସଙ୍ଘ ର ସଭାପତି ଡୋଲମଣୀ ସାହୁ ପରିଚାଳନା କରିଥିଲେ, ସଙ୍ଘ ର ନୂତନ ସମ୍ପାଦକ ଚୟନ ଏବଂ ସଂଗଠନ କୁ କିପରି ସୃଢଳ କରିବା ବିଷୟରେ ଆଲୋଚନା ହୋଇଥିଲା ଉକ୍ତ ବୈଠକ ରେ ସଭାପତି ଡୋଲମଣୀ ସାହୁ,ସମ୍ପାଦକ ପ୍ରଶାନ୍ତ ସାହୁ, ଉପସଭାପତି ବୁଦ୍ଧେଶ୍ୱର ଚୌଧୁରୀ, ସହସଂପାଦକ ସୁଶାନ୍ତ ମଲ୍ଲିକ ସଂଘ ର ଉପଦେଷ୍ଟା ପ୍ରଶାନ୍ତ ସାମନ୍ତରାୟ ଏବଂ ସଙ୍ଘ ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ, କରୋନା କଟକଣା କୁ ଆଖିରେ ରଖି ସମସ୍ତ ସାମ୍ବାଦିକ ମାସ୍କ ଏବଂ ସାମାଜିକ ଦୂରତା ରଖିଥିଲେ ସଭା ଶେଷ ରେ ସଙ୍ଘ ର ନୂତନ ଚୟନ ହେଇଥିବା ସମ୍ପାଦକ ପ୍ରଶାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କରିଥିଲେ

Comments (0)
Add Comment