ବୌଦ୍ଧର ପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଚାରିଶମ୍ଭୁ ମନ୍ଦିର, ଜଗତି

ବୌଦ୍ଧ (କୋଶଲ ନ୍ୟୁଜ୍) ବୌଦ୍ଧ ଜିଲ୍ଲାର ଐତିହ୍ୟ ଅନ୍ୟତମ ବହୁ ପ୍ରାଚୀନ ଦର୍ଶନୀୟ ସ୍ଥାନ ଗୁଡିକ ମଧ୍ୟରୁ ଜଗତି ଚାରିଶମ୍ଭୁ ମନ୍ଦିର ହେଉଛି ପ୍ରସିଦ୍ଧ | ଏହି ମନ୍ଦିର ବହୁ ପୁରାତନ ଅଟେ ଏହାର ନିର୍ମାଣ ଶୈଳୀ ବହୁ ଉଚାକୋଟିର ଅଟେ | ମନ୍ଦିର ରେ କେବଳ ପ୍ରସ୍ତର ଖୋଦେଇ କାରୁକାର୍ଯ୍ୟ ଦେଖିବାକୁ ମିଳିଥାଏ | ଏହି ମନ୍ଦିର ଚତୁଃପାର୍ଶ୍ଵ ରେ ସୁନ୍ଦର ସୁନ୍ଦର ପ୍ରସ୍ତର ର ପ୍ରତିମୂର୍ତ୍ତି ରହିଅଛି | ଏଠାରେ ଦୁଇଟି ମନ୍ଦିର ରହିଅଛି | ମନ୍ଦିର ଦୁଇଟି ରେ ଶୀର୍ଷ ଭାଗରେ ଲିଙ୍ଗ ଏବଂ ଚକ୍ର ରହିଅଛି | ମନ୍ଦିର ଦୁଇଟି ରେ ଶିବ ଏବଂ ବିଷ୍ଣୁ ପୂଜିତ ହେଉଛିନ୍ତି | ଏହି ମନ୍ଦିର ଟି ହେଉଛି ଅତି ପ୍ରାଚିନ ତମ ହରି ହର ଉପାସନା ସ୍ଥଳି | ବଲାଙ୍ଗୀର -ଖୋର୍ଦ୍ଧା 57 ଜାତୀୟ ରାଜପଥ ରେ ସୋନପୁର ଠାରୁ ବୌଦ୍ଧ ଯିବା ରାସ୍ତାରେ ଜନ୍ହାପଙ୍ଗ ଠାରୁ ମାତ୍ର ଭିତରକୁ 2 କିମି ବାଟ ଗଲା ପରେ ଏହି ମନ୍ଦିର ପଡିଥାଏ | ବର୍ଷ ସାରା ଏ ମନ୍ଦିର ଭକ୍ତ ମାନଙ୍କ ର ଭିଡ଼ ଜମିଥାଏ | ଏ ମନ୍ଦିର ର ପରିଚାଳନା ଦାୟିତ୍ୱ ପ୍ରତ୍ନତତ୍ୱ ବିଭାଗ ଅଧୀନରେ ରହିଛି |

Comments (0)
Add Comment