ଅସହାୟ ପରିବାର କୁ ସ୍ବେଛାସେବୀ ଙ୍କ ହସ୍ତକ୍ଷେପ ପରେ ସରକାରୀ ସହାୟତା ମିଳିଲା

କଳାହାଣ୍ଡି (କୋଶଲ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରରେ ଏକ ଅସହାୟ ରୋଗାକ୍ରାନ୍ତ ପରିବାର ବସବାସ କରନ୍ତି l ତାଙ୍କର ଦୁଇ ଝିଅ ଓ ଏକ ମାତ୍ର ପୁଅ ଯିଏ ପରିବାର କୁ ସମ୍ଭାଳୁ ଥିଲେ ତାଙ୍କର ମଧ୍ୟ ଦେହାନ୍ତ ହୋଇଗଲା l ଶେଷରେ ପରିବାର ଅସହାୟ ଅବସ୍ଥାରେ l ଜଣେ ପକ୍ଷ ଘାତ ରେ ପୀଡିତ ଆଉ ଜଣେ କ୍ୟାନ୍ସର ର ରେ ପୀଡିତ l ନିଜର ବୋଲି ଜମିବାଡ଼ି କିଛି ହେଲେ ଖଣ୍ଡିଏ ବି ନାହିଁ l ନିଜର ପୁଅ ଟିଏ ଥିଲା ଯିଏ ପରିବାର ଚଳାଉଥିଲା l ତାର ମଧ୍ୟ ଆସିଡେଣ୍ଟ ରେ ଦେହାନ୍ତ ହୋଇଗଲା l ଏହି ସମସ୍ୟା କୁ ଯୁବ ସମାଜ ସେବି ଯଶୋବନ୍ତ ରଣା ଟ୍ୱିର୍ଟର ମାଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ, ମୋ ସରକାର, ନବୀନ ଓଡିଶା ଙ୍କୁ ଅବଗତ କରିଥିଲେ l ଜଣେଇବାର ଦୁଇଦିନ ଭିତରେ ସରକାର ଙ୍କ ଦଳ ଏହାର ତଦନ୍ତ କରି ଜିଲ୍ଲାପାଳ ଙ୍କୁ ଉତ୍ତର ରଖିଛନ୍ତି l ଏହାର ଉତ୍ତର ରେ ଜିଲ୍ଲାପାଳ କହିଛନ୍ତି ସେହି ପରିବାର କୁ ସରକାର ଙ୍କ ନିର୍ଦେଶ କ୍ରମେ 4ଡ଼ିସିମିଲ ଜାଗା ପ୍ରଦାନ କରାଯିବ l ତାଙ୍କୁ ଆବାସ ଯୋଜନାରେ ସାମିଲ କରି ଘରଖଣ୍ଡେ ପ୍ରଦାନ କରାଯିବ l ସେହିପରି ଦୁଇଜଣଙ୍କୁ ହସ୍ପିଟାଲ ରେ ଆଡମିଟ କରି ତାଙ୍କୁ ସ୍ଵାସ୍ତ୍ୟ ସେବା ଯୋଗାଇ ଦେବାକୁ ବି.ଡି.ଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ସେହିପରି ଦୁଇ ଝିଅ ଙ୍କୁ ପ୍ରତିମାସରେ ପଢିବାପାଇଁ 2000ହାଜର ଟଙ୍କା ପ୍ରଦାନ କରିବାପାଇଁ ଉତ୍ତର ରଖିଛନ୍ତି l ଯାହା ତାଙ୍କୁ ପଢିବାରେ ସହାୟକ ହେବ l ଏହାବଦ ତାଙ୍କୁ ହସ୍ପିଟାଲ ରେ ଆଡମିଟ କରି ଚିକିତ୍ସା ସହାୟତା ଯୋଗାଇ ଦେବାକୁ କହିଛନ୍ତି l କିଛି ସହାୟତା ମିଳିଥିବାରୁ ଏହିପରିବାର ସମାଜସେବୀ ଯଶୋବନ୍ତ ରଣା ଙ୍କୁ ସାଧୁବାଦ ଜଣାଇଛନ୍ତି l

Comments (0)
Add Comment