ବନୀକରଣ ଘଟୋଲା ଅଭିଯୋଗରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲା ଉତ୍ତର ବନ ଖଣ୍ଡ କେସିଙ୍ଗା ରେଞ୍ଜ ଅଧିନ କସୃପଡା ସେକ୍ସନ ର ଆର୍ଥିକ ବର୍ଷ ୨୦୧୯-୨୦, ୨୦୨୦-୨୧ ର କାମ ହୋଇଥିବା ସମସ୍ତ ଯୋଜନାର ବନୀକରଣ ରେ ଘୋଟାଲା ହୋଇଥିବା ନେଇ ଦୁର୍ନୀତି ବିରୋଧି ମହାସଂଘ ର ଆବାହକ ଶ୍ରୀ ବିନ୍ଦୁ ମହାନନ୍ଦ ଗତ ୨୮ ତାରିଖ ରେ ମାନ୍ୟବର ଓଡିଶା ଲୋକାୟୁକ୍ତ ରେ ଅଭିଯୋଗ କରିଥିଲେ । କେସ ନଂ ଏଲ ୟାଇ ୩୬୯/୨୦୨୧ ଲୋକାୟୁକ୍ତ ଙ୍କ ଚିଠି ଅନୁସାରେ ଅଭିଯୋଗକାରୀ ଶ୍ରୀ ମହାନନ୍ଦ ଗତ ୧୩ ତାରିଖ ଦିନ ଲୋକାୟୁକ୍ତ ନିକଟରେ ହାଜର ହୋଇ ବନୀକରଣ ରେ ଘୋଟାଲା ହୋଇଥିବା ବିଷୟରେ କହି ତଦନ୍ତ କରିବାକୁ ପ୍ରାର୍ଥନା କରିଥିଲେ । ହେଲେ ପୁଣି ଉକ୍ତ କେସ୍ କୁ ୧୪ ତାରିଖ ଦିନ ମାନ୍ୟବର ଲୋକାୟୁକ୍ତ ଅଭିଯୋଗକାରୀ ଙ୍କୁ ଉପସ୍ଥିତ ରହି ପକ୍ଷ ରଖିବାକୁ ଚିଠି କରିଥିଲେ । ଅଭିଯୋଗ କାରୀ ଙ୍କ ଅଭିଯୋଗର ଆପତ୍ତି ଶୁଣାଣୀ ଓ କିଛି ତଥ୍ୟ ଆଧାର ରେ ଆସନ୍ତା ସେପ୍ଟେମ୍ବର ୨୦ ତାରିଖ ମଧ୍ୟରେ ତଦନ୍ତ କରି ତଦନ୍ତ ରିପୋର୍ଟ ଦେବାକୁ ଓଡଶା ଭିଜିଲାନ୍ସ୍ କଟକ କୁ ମାନ୍ୟବର ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ କାରୀଙ୍କ କହିବା ଅନୁସାରେ ସୂଚନା ଆଇନ ଦ୍ବାରା ଶ୍ରୀ ମହାନନ୍ଦ କସୃପଡା ସେକ୍ସନ ର ତଥ୍ୟ ପାଇଁ ବନ ଖଣ୍ଡ କାର୍ଯ୍ୟାଳୟକୁ ମାଗିଥିଲେ ଓ ମାଗିଥିବା ତଥ୍ୟ ମଧ୍ୟରୁ କେବଳ ୫/୭ ପ୍ରତିଶତ ଅସମ୍ପୁର୍ଣ୍ଣ ତଥ୍ୟ ଦେଇଛନ୍ତି । ଘୋଟାଲା କରିଛନ୍ତି ତେଣୁ ମାଗିଥିବା ସମ୍ପୁର୍ଣ୍ଣ ତଥ୍ୟ ଦେଲେ ନାହିଁ ବୋଲି ଜନ ସୂଚନା ଅଧିକାରୀଙ୍କ ବିରୁଧରେ ମାନ୍ୟବର ଲୋକାୟୁକ୍ତ ନିକଟରେ ଅଭିଯୋଗ କରିଛନ୍ତି । ସଂମ୍ପୁର୍ଣ୍ଣ ତଥ୍ୟ ନ ଦେବାରୁ ସମସ୍ତ ବିଲ୍ ଭାଉଚର୍ କୁ ଜବତ କରି ତଦନ୍ତ କରିବାକୁ ଭିଜିଲାନ୍ସ୍ କୁ ନିର୍ଦ୍ଦେଶ ହୋଇଛି ।

Comments (0)
Add Comment