ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୨୧ ଦଫା ଦାବିପତ୍ର ପ୍ରଦାନ

କଳାହାଣ୍ଡି(କୋଶଲ ନ୍ୟୁଜ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବିଭିନ୍ନ ଦାବି ନେଇ ଆଜି ଧାରଣା ପ୍ରଦର୍ଶନ କରାଯାଇଥିଲା।ଏହା ସହ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ କୋକସରା ବ୍ଲକ ସଭାପତି ଉପେନ୍ଦ୍ର ଶବର ଙ୍କ ନେତୃତ୍ବରେ ଏବଂ ଭାରତ ମୁକ୍ତି ମୋର୍ଚା ରାଜ୍ୟ କାର୍ଯ୍ୟକାରି ସଭାପତି ଦୁର୍ଯୋଧନ ଜାଲ ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଙ୍କ ଉଦ୍ଧେଶ୍ୟରେ ଏକ 21 ଦଫା ଦାବିପତ୍ର କୋକସରା ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା।ଏହି ଦାବିପତ୍ରରେ ଆଦିବାସୀ ମାନଙ୍କ ପରିଚୟ ସମାପ୍ତ କରିବାକୁ ଷଡ଼ଯନ୍ତ୍ର ଚାଲିଛି ଓ ଆଦିବାସୀ ମାନଙ୍କୁ ବିକାଶ ନାଁ ରେ ବିସ୍ଥାପନ , ଆଦିବାସୀ ମାନଙ୍କୁ ମିଥ୍ୟା ମାମଲା , ଆଦିବାସୀ ମାନଙ୍କ ମୋଲିକ ଅଧିକାର ଉଲଂଘନ କରାଯାଉଛି ବୋଲି ଦାବି ପତ୍ର ରେ ଉଲ୍ଲେଖ ରହିଛି।ଏହା ସହ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ଆଦିବାସୀ ମାନଙ୍କ ଉପରେ ହୋଇଥିଵା ଆକ୍ରମଣ ଓ ଅତ୍ୟାଚାର କୁ ନିନ୍ଦା କରିଛନ୍ତି।ଏହି ଅବସରରେ ନିରଞ୍ଜନ ମାଝୀ, ଜୟରାମ ମହାନନ୍ଦ, କେଶବ ନିଆଲ, ବ୍ରଜ ନିଆଲ, ଘାସିରାମ ନାଏକ, ଗିରିଧାରୀ ପାଣିଗ୍ରାହୀ ଉପସ୍ଥିତ ଥିଲେ।

Comments (0)
Add Comment