ମନରେଗା ଯୋଜନାର କେନାଲ କାର୍ଯ୍ୟରେ ଦୁର୍ନୀତି ଗନ୍ଧ

କଳାହାଣ୍ଡି(କୋଶଲ ନ୍ୟୁଜ୍) ସରକାର ଗରିବ ଶ୍ରମିକ ମାନଙ୍କୁ କାମ ଯୋଗାଇ ଦେବା ପାଇଁ ମନରେଗା ଯୋଜନାରେ ବିଭିନ୍ନ ପ୍ରକଳ୍ପ ସବୁ ହାତକୁ ନେଉଛନ୍ତି।କିପରି ଜଣେ ଶ୍ରମିକ ଏହି କରୋନା କାଳରେ ରୋଜଗାର ପାଇବ ସେଥିପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି।କିନ୍ତୁ କିଛି ଅସାଧୁ ଠିକାଦାର,ଜି ଆର ଏସ,ଜେଇ ଏବଂ ବିଭାଗୀୟ ଅଧିକାରୀ ମିଶି ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନ କରି ମଧ୍ୟ ବିଲ ଉଠେଇ ନେଉଛନ୍ତି।ବର୍ତ୍ତମାନ ଏହିଭଳି ଏକ ସନ୍ଦେହ ଘେରରେ ରହିଛି,ଏକ କେନାଲ ନିର୍ମାଣ କାର୍ଯ୍ୟ।ଏହି କେନାଲ କାର୍ଯ୍ୟ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଅନ୍ତର୍ଗତ ଗୋତୋମୁଣ୍ଡା ପଞ୍ଚାୟତ ଥୁଟିବୋର ଗ୍ରାମରେ ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁ ନାହିଁ।ଏହି କେନାଲ କାର୍ଯ୍ୟ ସଂପୂର୍ଣ୍ଣ ନ ହେବା ଫଳରେ ଅନେକ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଅଭିଯୋଗ ଅନୁଯାୟୀ ସେମାନେ ଠିକାଦାର ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର କହିବା ସତ୍ତ୍ବେ ମଧ୍ୟ କେହି ଶୁଣୁ ନାହାଁନ୍ତି। ଏ ସମ୍ବନ୍ଧରେ ଆମେ ବିଭାଗୀୟ ଜି ଆର ଏସ ମହୋଦୟଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ପଚାରିବାରୁ କହୁଛନ୍ତି, ଏ ବିଷୟରେ ମୁଁ କିଛି ଜାଣି ନାହିଁ ,କେତେ ବିଲ ହେଇଛି କେତେ ଅଛି ସେ ବିଷୟରେ ଜାଣି ନାହିଁ କହୁଛନ୍ତି।ଏଠାରେ ପ୍ରଶ୍ନ ଉଠୁଛି ଜି ଆର ଏସ ଙ୍କ ଉପରେ ମନରେଗା ଯୋଜନାର ସମସ୍ତ କାର୍ଯ୍ୟ ନ୍ୟସ୍ତ ଥିବା ବେଳେ ଏ ପ୍ରକାର ପ୍ରତିକ୍ରିୟା ଦେବା କେତେ ଦୂର ଯଥାର୍ଥ ଅଛି?କଣ ଏହି କାର୍ଯ୍ୟରେ କିଛି ଦୁର୍ନୀତି ହେଇଛି କି? ଏ ସମ୍ବନ୍ଧରେ ଆମେ ଜେଇ ମହୋଦୟ ଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ, କାରଣ ସେ କେବେ ମଧ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଫୋନ ଉଠାନ୍ତି ନାହିଁ।ଜଣେ ସରକାରୀ କର୍ମଚାରୀ ହୋଇ ଏହିପରି ଦାୟିତ୍ୱ ହୀନତା କେତେ ଦୂର ଠିକ? ପୁଣି ଏ ସମ୍ବନ୍ଧରେ ଆମେ ଟୁଇଟ ଯୋଗେ ବ୍ଳକ ପ୍ରଶାସନ ମୁଖ୍ୟମନ୍ତ୍ରୀ ଙ୍କୁ ଜଣେଇବା ପରେ ବ୍ଳକ ପ୍ରଶାସନ ଏହାର ତଦନ୍ତ କରୁଛୁ କହିଛନ୍ତି, କିନ୍ତୁ ଟୁଇଟ କରି ଚାରି ଦିନ ବିତି ଯାଇଥିଲେ ମଧ୍ୟ ଉତ୍ତର ମିଳି ପାରି ନାହିଁ।କଣ ଏହି କେନାଲ ନିର୍ମାଣ ପାଇଁ ଆସିଥିବା ସମସ୍ତ ପଇସା ହଡ଼ପ ହୋଇ ସାରିଛି?ଏହାର ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।।

Comments (0)
Add Comment