ଦିବ୍ୟାଙ୍ଗ ଙ୍କ ଗନ୍ଥାଘର ପାଲଟିଛି ମୋତେଲଗୁଡା ଗ୍ରାମ

କଳାହାଣ୍ଡି (କୋଶଲ ନ୍ୟୁଜ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା ଥାଇ ମଧ୍ୟ ଅସୁବିଧାର ସମ୍ମୁଖୀନ ଭୋଗୁଛନ୍ତି ଗରିବ ନିରୀହ ଦିବ୍ୟାଙ୍ଗା ଓ ବିକଳାଙ୍ଗ ଲୋକମାନେ। ଏହିପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ୍ ଗ୍ରାମ ପଞ୍ଚାୟତ ମୋତେଲଗୁଡା ଗ୍ରାମରେ।ଦିବ୍ୟଙ୍ଗ ମାନଙ୍କ ପରିବାର ଲୋକ କହିବା ଅନୁସାରେ ,କିଏ ଠିକ୍ ସେ ଚାଲି ପାରୁନି ତ , ଆଉ କିଏ ଠିକ ସେ କଥା କହି ପାରୁନାହିଁ। ଏହିପରି ବହୁ ପରିମାଣ ନାହିଁ ନ ଥିବା ଅସୁବିଧା ଦେଖିବାକୁ ମିଳିଛି। ସେହି ଦିବ୍ୟାଙ୍ଗ ମାନଙ୍କ ନାମ ହେଉଛି।

୧-ନାମ-ଦିନବନ୍ଧୁ ଫୁଲ,ବୟସ (୪୦) ପିତା – ଡୁବୁରୁ ଫୁଲ

୨- ଇନ୍ଦୁମତି କେତକୀ,ବୟସ (୨୬) ପିତା – ମୁକୁନ୍ଦ କେତକୀ

୩ – ଗୋବର୍ଦ୍ଧନ ମାଝୀ,ବୟସ ( ୪୯) ପିତା – ଶ୍ରୀମୁଖ ମାଝୀ

୪ – ଛନ୍ଦାରାଣୀ ବନ୍ଦିଛୋଡ଼,ବୟସ (୧୦)ପିତା – ବିଘ୍ନରlଜ ବନ୍ଦିଛୋଡ଼


ଏହି ଭଳି ଚାରି ଜଣ ଦିବ୍ୟାଙ୍ଗ ବା ବିକଳାଙ୍ଗ ମାନଙ୍କ ପ୍ରତି ସରକାର ଙ୍କ ସହାୟତା କହିଲେ ମାତ୍ର ପାଞ୍ଚ କିଲୋ ଚାଉଳ, ଆଉ କିଛିଲୋକଙ୍କୁ ଭତା ବାବଦକୁ ପାଞ୍ଚଶହ ଟଙ୍କା ମିଳୁଥିବା କହିଛନ୍ତି।ଏହି ସମସ୍ୟା କୁ ଖୁସି ଚାରିଟେବୁଲ ଟ୍ରଷ୍ଟ ର (ସମ୍ପାଦକ) ଯଶୋବନ୍ତ ରଣା ଟୁଇଟ ମାଧ୍ୟମରେ ସରକାରଙ୍କୁ ଅବଗତ କରାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଫଳପ୍ରଦ ଏପର୍ଯ୍ୟନ୍ତ ମିଳିପାରିନାହିଁ।ବର୍ତ୍ତମାନ ଦେଖିବାକୁ ବାକି ରହିଲା,ଜିଲ୍ଲା ପ୍ରଶାସନ ତଥା ବ୍ଲକ୍ ପ୍ରଶାସନ ଏହି ଦିବ୍ୟଙ୍ଗ ମାନଙ୍କ ଦୁଃଖ ର କଥା କେବେ ଶୁଣିବେ ସରକାର।ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ଦିବ୍ୟଙ୍ଗ ମାନଙ୍କୁ ସରକାର ଙ୍କ ସାହାଯ୍ୟ। ଯୋଗାଇ ଦେବା ପାଇଁସାଧାରଣ ରେ ଦାବି ହେଉଛି।
Comments (0)
Add Comment