ଆଇପିଏଲ ସଟ୍ଟା ବେଟିଂରେ ଉବୁଡୁବୁ କଳାହାଣ୍ଡିର ଯୁବପୀଢ଼ି



ରାତାରାତି କୋଟିପତି ନିଶାରେ ସ୍ୱର୍ବସ୍ୱାନ୍ତ !
ଜୁନାଗଡ଼ରୁ ଆରମ୍ଭ ରାୟପୁରରେ କଣ୍ଟ୍ରୋଲ…
ନିରବଦ୍ରଷ୍ଟା ପୁଲିସ ପ୍ରଶାସନ

କଳାହାଣ୍ଡି(କୋଶଲ ନ୍ୟୁଜ୍):-କଳାହାଣ୍ଡି ଜିଲ୍ଲାର ଯୁବ ପିଢ଼ି ସଟ୍ଟା ବେଟିଂ ଜାଲରେ ଏବେ ଉବୁଡୁବୁ ହେଉଥିବା ଦେଖିବାକୁ ମିଳୁଛି । ରାତାରାତି କୋଟିପତି ହେବା ନିଶାରେ ଲୋକେ ସ୍ୱର୍ବଶାନ୍ତ ହେଉଥିବା ଜଣା ପଡ଼ିଛି। ଆଇପିଏଲ ଯୋଗୁଁ ଲୋକେ ଘର ଦ୍ୱାର ଜମିବାଡ଼ି ବିକ୍ରି କରିଦେଉଥିବା ଚର୍ଚ୍ଚା ହେଉଛି। ଏହି ରାକେଟ ର ଚେର କଳାହାଣ୍ଡି ଜିଲ୍ଲା ର ପ୍ରମୁଖ ସହର ଜୁନାଗଡ ରୁ ଟିଟିଲାଗଡ ଓ ରାୟପୁର କୁ ଲମ୍ବିଥିବା ଘଟଣା ସାଧାରଣରେ ଉଦବେଗର ବିଷୟ ହୋଇଛି । କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, କେସିଙ୍ଗା, କଲମପୁର,କୋକସରା, ସମେତ ବିଭିନ୍ନ ସହରରେ ପ୍ରତିଦିନ ଆଇପିଏଲ କ୍ରିକେଟ ବେଟିଂ ଦେଖିବାକୁ ମିଳୁଛି । ଆଇପିଏଲର ୨ ପ୍ରତିପକ୍ଷ ଟିମରେ କିଏ ଜିତିବ, କିଏ ହାରିବ ସେନେଇ ଟଙ୍କା ବୋଲି ଲଗାଯାଉ ଥିବା କୁହା ଯାଉଛି। ସେହିଭଳି ପ୍ରତି ଓଭର, ଛକା, ଉଇକେଟ, କ୍ୟାଚ, ଦଳଗତ ରନ ସ୍କୋର, ବ୍ୟାଟ୍ସମାନ ମାନଙ୍କ ବ୍ୟକ୍ତିଗତ ରନ ସ୍କୋରରେ ଲୋକେ ଟଙ୍କା ଲଗାଉଥିବା ଜଣା ପଡ଼ିଛି। ଯେଉଁ ଟିମ ରେ ଲୋକେ ଟଙ୍କା ଲଗାଉଛନ୍ତି ୨ ରୁ ୮୦ ଗୁଣ ଟଙ୍କା ମିଲୁ ଥିବାର କୁହା ଯାଉଛି। ଯଦି ସେହି ଟିମ ହାରିଯାଏ ତେବେ ଟଙ୍କା ଲଗାଇଥିବା ଲୋକ ସ୍ୱର୍ବସ୍ୱାନ୍ତ ହେଉଛନ୍ତି । ବର୍ତ୍ତମାନ ଛୋଟ ଛୋଟ ବୁକିମାନେ ଲକ୍ଷ ଲକ୍ଷ ଟଙ୍କାର ଖେଳ କରୁଛନ୍ତି । ଏହି ବେଟିଂ କଳାହାଣ୍ଡି ଜିଲ୍ଲା ଜୁନାଗଡ ସହର ରୁ ଆରମ୍ଭ ହୋଇ ଟିଟିଲାଗଡ଼ ଓ ରାୟପୁର ରୁ କଣ୍ଟ୍ରୋଲ ହେଉଥିବା ଶୁଣା ଯାଉଛି। ଫୋନ ମାଧ୍ୟମରେ ଏହି ଖେଳ ଚାଲୁଥିବା ବେଳେ ପୁଲିସ ଏହାର ସୁରାଗ ପାଇ ପାରୁ ନ ଥିବା ଜଣା ପଡ଼ିଛି କିମ୍ଵା ଜାଣି ଅଜଣା ରହୁଥିବା ଜଣା ପଡୁଛି। ଜିଲ୍ଲାର ମହିଳା ମାନେ ମଧ୍ୟ ଅଧିକ ଲାଭ ପାଇବା ନିଶା ରେ ବେଟିଂ ଲଗାଉଥିବା ଅଭିଯୋଗ ହୋଇଛି । ଗତ କିଛିବର୍ଷ ତଳେ ଜୁନାଗଡ଼ ସହରର ଜଣେ ଯୁବକ ୫ କୋଟି ଟଙ୍କାର ବେଟିଂ ଲଗାଇଥିବା ର ଚର୍ଚ୍ଚା ହେଉଛି। ସେଥିରେ ସେ ହାରିଯିବା ପରେ ସେ ବାହାର ରାଜ୍ୟ କୁ ଚାଲି ଯାଇଥିଲେ । ପରବର୍ତ୍ତୀ ସମୟରେ ସେହି ଯୁବକଙ୍କୁ ପରିବାର ଲୋକେ କୋଲକୋତାରେ ଠାବ କରିଥିବା ପ୍ରକାଶ। ବର୍ତ୍ତମାନ ଜିଲ୍ଲାର ଜୁନାଗଡ଼ ଠାରୁ ହିଁ ଏହି ଆଇପିଏଲ ବେଟିଂ ସଟ୍ଟା କଣ୍ଟ୍ରୋଲ ହେଉଥିବା କୁହା ଯାଉଛି। ଜୁନାଗଡ ସହରର ଏକ ପ୍ରତିଷ୍ଠିତ ସମ୍ଭ୍ରାନ୍ତ ପରିବାରର ଜଣେ ଯୁବକ ଏହି ସଟ୍ଟା ବେଟିଂକୁ କଣ୍ଟ୍ରୋଲ କରୁଥିବା ଅଭିଯୋଗ ହେଉଛି । ଆଉ ଏହି ନେଟୱାର୍କ ଭବାନୀପାଟଣା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି ଦେଇ ରାୟପୁରକୁ ଲମ୍ବିଛି । ଜୁନାଗଡ଼ ପୁଲିସ ମଧ୍ୟ ଏ ବାବଦରେ ଅଜ୍ଞ ଥିବା ଜଣାପଡିଛି । ମୋବାଇଲରେ ଏଭଳି ବ୍ୟାଟିଙ୍ଗ ଖେଳ ଯୋଗୁଁ ପୁଲିସର ହାତ ମଧ୍ୟ ପାଇପାରୁ ନ ଥିବା କୁହା ଯାଉଛି। ବର୍ତ୍ତମାନ ଏହି ବେଟିଂରେ ଧନୀ ଶ୍ରେଣୀର ଯୁବକମାନେ ଟଙ୍କା ଲଗାଉଥିବା ଦେଖା ଯାଉଛି। ଆଇପିଏଲ ବ୍ୟାଟିଂ ରେ ଅଧିକ ପାଇବା ନିଶା ରେ ବହୁ ଯୁବକ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଏନେଇ କଳାହାଣ୍ଡି ପୁଲିସ ପ୍ରଶାସନ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚଢ଼ାଉ କଲେ ଏହି ରାକେଟ ର ପର୍ଦ୍ଧାଫାସ ହୋଇପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି ।

Comments (0)
Add Comment