ସୂଚନା ବୋର୍ଡ ନାହିଁ କିନ୍ତୁ ଚାଲିଛି ପଞ୍ଚାୟତ ଭବନ ,ମିଶନ ଶକ୍ତି ଭବନ ,ପାଠାଗାର ଏବଂ ବାଡ଼ କାର୍ଯ୍ୟ

ଜୁନାଗଡ଼ (କୋଶଲ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଚାରବାହାଲ୍ ଗ୍ରାମପଞ୍ଚାୟତ ଠାରେ ସମସ୍ତ ଜନସାଧାରଣଙ୍କ ସୁବିଧା ପାଇଁ ସରକାରଙ୍କ ନିଷ୍ପତି କ୍ରମେ ଏକ ମିଶନ ଶକ୍ତି ଭବନ ,ପଞ୍ଚାୟତ ଭବନ,ପାଠାଗାର ଏବଂ ବାଡ଼ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଚାରୋଟି କାର୍ଯ୍ୟରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନିୟମ ବିରୁଦ୍ଧରେ କାର୍ଯ୍ୟ ହେବା ଦେଖିବାକୁ ମିଳିଛି। ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟ ଆରମ୍ଭ ପୂର୍ବରୁ ସୂଚନା ବୋର୍ଡ ମାରି କାର୍ଯ୍ୟ କରିବା ନିୟମ ଅଛି। କିନ୍ତୁ ଏଠାରେ ସମସ୍ତ ଜନସାଧାରଣଙ୍କୁ ଭୁଆଁ ବୁଲାଇବା ପାଇଁ ସୂଚନା ବୋର୍ଡ ନଦେଇ କାର୍ଯ୍ୟ ସାରି ହରିଲୁଟ କରିବା ଉଦ୍ଦେଶ୍ୟରେ ରହିଛନ୍ତି କି ? ।ଏଠାରେ ସୂଚନା ବୋଡ଼ ନଦେବା କାରଣ କଣ ? ହୋଇପାରେ। ଏଠାରେ ସନ୍ଦେହ ହେଉଛି ବିଭାଗୀୟ ଜେଇ, ଏଈ, ଠିକାଦାର ଓ ସ୍ଥାନୀୟ ସରପଞ୍ଚ ମିଳିତରେ ହରିଲୁଟ କରିବା ଉଦ୍ଦେଶ୍ୟରେ ରହିଛନ୍ତି କି? । ଉକ୍ତ କାର୍ଯ୍ୟ ନିର୍ମାଣ ସମୟରେ ବିଭାଗୀୟ କୌଣସି କର୍ମଚାରୀ ଉପସ୍ଥିତ ନଥାଇ କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ସ୍ଥାନରେ ଜେଇ, ଏଈ,ଠିକାଦାର,ସରପଞ୍ଚ କେହିନଥିଲେ।

ଏହି ସ୍ଥଳରେ ମନ ଇଚ୍ଛା କାର୍ଯ୍ୟ କରୁଥିଲେ ମିସ୍ତ୍ରୀ ଓ କୁଲି ମଜୁରିଆ ମାନେ । କାହା ଚତ୍ରଛାୟା ତଳେ ଏହିପରି କାର୍ଯ୍ୟ ହେଉଛି ତାହା ସାଧାରଣରେ ଆଲୋଚନା ହେଉଛି।ଏଥିରେ ବିଭାଗୀୟ ଅଧିକାରୀ ମାନଙ୍କ କିଛି ମଧୁ ଚନ୍ଦ୍ରିକା ଅଛି କି?

Comments (0)
Add Comment