ସମସ୍ୟା ର ସମାଧାନ କରି ଗ୍ରାମ ବାସୀଙ୍କ ପାତ୍ର ହେଲେ ଯଶୋବନ୍ତ ରଣା

କୋଶଲ ନ୍ୟୁଜ୍ ବ୍ୟୁରୋ : ସମସ୍ୟା ସବୁ ଗାଁ ରେ ଅଛି ରହିଥିବ ମଧ୍ୟ l ହେଲେ ଏହି ସମସ୍ୟା କୁ ସମାଧାନ କରିବା ପାଇଁ ବହୁତ କମ ଲୋକ ବାହାରିଥାନ୍ତି l ବର୍ତମାନ ଯୁବକ ମାନେ ବିଭିନ୍ନ କାର୍ଯ୍ୟ ରେ ବ୍ୟସ୍ତ ରହି ଲୋକଙ୍କ ସେବା କରିବା ଭୁଲି ଯାଉଛନ୍ତି l ହେଲେ କିଛି ଯୁବକ ବର୍ତମାନ ସମୟରେ ଲୋକଙ୍କ ସେବା କୁ ବ୍ରତ ବୋଲି ଭାବି ଆଗେଇ ଚାଲିଛନ୍ତି l ବିଭିନ୍ନ ସମସ୍ୟା କୁ ଲୋକ ଲୋଚନ କୁ ଆଣି ଏହାର ସମାଧାନ କରିଥାନ୍ତି l ଏମିତି ଏକ ସମସ୍ୟା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ତିଳଯୋଡି ଗାଁ ର ରାସ୍ତା ପୋଲ ଭାଙ୍ଗି ଯାଇଥିବା ସମସ୍ୟା ଥିଲା l
 ଏହି ସମସ୍ୟା କୁ ତିଳଯୋଡି ଗାଁ ର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା facebook ମାଧ୍ୟମରେ ଲୋକଲୋଚନ କୁ ଆଣିଥିଲେ l ଏହାକୁ ସମସ୍ତେ ବହୁ ପରିମାଣ ରେ ସହଯୋଗ କରିଥିଲେ l ପରେ ଏହି ସମସ୍ୟା କୁ ଟ୍ୱିର୍ଟର ମାଧ୍ୟମରେ କଳାହାଣ୍ଡି ଜିଲ୍ଲାପାଳ, ମୋ ସରକାର, ନବୀନ ଓଡିଶା ଙ୍କୁ ଜଣାଇଥିଲେ l ଏହାକୁ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ବ୍ଲକ ଅଫିସ କୁ ନିର୍ଦେଶ ଦେଇଥିଲେ l
ଏହାର ଅନୁଧ୍ୟାନ କରି ବ୍ଲକ ଅଫିସ ରୁ ସେଠାରେ ନୂତନ ପୋଲ ନିର୍ମାଣ କରିବା ପାଇଁ ସରପଞ୍ଚ କୁ ନିର୍ଦେଶ ଦେଇଥିଲେ l ପରେ ଗତ 5 ତାରିଖ ରୁ କାମ ଆରମ୍ଭ ହୋଇ ଆଜି 13 ତାରିଖ ରେ ସରିଲା l ଗାଁ ରେ ନୂତନ ପୋଲ ହୋଇଥିବାରୁ ଗ୍ରାମ ବାସି ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି l ଗାଁ ର ଯୁବକ ମାନେ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି l
Comments (0)
Add Comment