କୋଇଡା ପଞ୍ଚମୁଖୀ ହନୁମାନ ମନ୍ଦିର ବାର୍ଷିକ ଉତ୍ସବ

କୋଇଡା: କୋଇଡା ଗୋପପୁର ସାହି ସ୍ଥିତ ଅଞ୍ଜନୀ ପଞ୍ଚମୁଖୀ ହନୁମାନ ମନ୍ଦିର ର ବାର୍ଷିକ ଉତ୍ସବ ମହା ଆଡମ୍ବରରେ ସମାପନ ହୋଇଯାଇଛି । ଶନିବାର ୩ ତାରିଖ ସକାଳୁ ଅଞ୍ଚଳର ଶତାଧିକ ମହିଳା ପୁରୁଷ ଭକ୍ତଗଣ ମନ୍ଦିରରୁ ବାହାରି ବାବା ଲଙ୍ଗଳେଶ୍ୱର ମନ୍ଦିର ତୁଠରୁ କଳସ ଯାତ୍ରା ସହ କୋଇଡା ପରିକ୍ରମା ସାରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ । ପଣ୍ଡିତ ଆଚାର୍ଯ୍ୟ ଙ୍କ ଯଞ ମନ୍ତ୍ରଧ୍ୱନୀ ଉଚ୍ଚାରଣରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହେବା ସହ ଭକ୍ତିଭାବର ବାତାବରଣ ଦେଖିବାକୁ ମିଳିଥିଲା । ପୂଜାର୍ଚ୍ଚନା ସହ ପ୍ରସାଦ ସେବନ ଓ ପରେ ସନ୍ଧ୍ୟାକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ କୁନି କୁନି ଶିଶୁ ମାନଙ୍କ ଦ୍ୱାରା ପରିବେଶଣ କରାଯାଇ ତାଙ୍କୁ ପୁରସ୍କୃତ କରାଯାଇଥିଲା । ପଞ୍ଚମୁଖୀ ହନୁମାନ ମନ୍ଦିର କମିଟି ସଭାପତି ହୃଷିକେଶ ଦେହୁରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦକ ସଞ୍ଜୀବ ମହାପାତ୍ର, କୋଷାଧ୍ୟକ୍ଷ ପରମାନନ୍ଦ ନାଏକ,ଅଶୋକ କୁମାର ନାଏକ, ଗୌରୀଶଙ୍କର ପାତ୍ର,ଅରୁଣ ଦଳବେହେରା ,ବିଦ୍ୟାଧର ମାହୁନ୍ତ, ଗୋବିନ୍ଦ ବାରିକ , ସଢାନନ ଦେହୁରୀ , ଅରୁଣ ନାଏକ, ଅନିତା ନାଏକ ,ବିରବର ବେହେରା , ଅର୍ଜୁନ ଦେହୁରୀ , ମନୋଜ ପଟ୍ଟନାୟକ ,ସୁଦର ପଣ୍ଡା ପ୍ରମୁଖଙ୍କ ସହ ଶତାଧିକ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ଦାୟିତ୍ଵ ନିର୍ବାହ କରିଥିଲେ ।

Comments (0)
Add Comment