ଔଷଧ ଦୋକାନ ରେ ଚଢ଼ାଉ ସିଲ୍ କଲେ ତହସିଲଦାର

ସୁନ୍ଦରଗଡ଼ ( କୋଶଲ୍ ନ୍ୟୁଜ): ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ରାଏବଗା ଥାନା ଅନ୍ତର୍ଗତ କାଦୋବାହାଲରେ ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାସଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜସ୍ଵ ପରିଦର୍ଶକ ଅକ୍ଷୟ କୁମାର ତ୍ରପାଠୀଓ ତାଙ୍କ ସହଯୋଗୀ ତାପସ କୁମାର ନାୟକ, ଦୀପକ୍ ଓରାମ ଓ ସୁରେଶ ବାହଲା ଅଚାନକ ଭାବେ କାଦୋବାହାଲ୍ ସ୍ଥିତ ଦିଲୀପ କୁମାର ତରାଇଙ୍କ ମା ତାରିଣୀ ଔଷଧ ଦୋକାନରେ ଚଢ଼ାଉ କରି ଆବଶ୍ୟକୀୟ କାଗଜ ପତ୍ର ଯାଞ୍ଚ କରିଥିଲେ । ଦୋକାନ ମାଲିକ ଦିଲୀପ କୁମାର ତରାଇ ଔଷଧ ଦୋକାନ ପାଇଁ ଆବଶ୍ୟକ ହେଉଥିବା କାଗଜପତ୍ର ଦେଖାଇ ନପାରିବାରୁ ଦୋକାନକୁ ସିଲକରି ଥିଲେ ଅକ୍ଷୟ କୁମାର ତ୍ରିପାଠି ।

Comments (0)
Add Comment