ଟୁଇଟ କଲାପରେ ପ୍ରଶାସନ ତତ୍ପରତା ଦେଖାଇଲା

ନୂଆପଡା ଜିଲ୍ଲା ଭେଡେନ ବ୍ଲକ ଭଇସାଦାନୀ ଗାଁର ଧନସି ପହରିଆ ଓ ସାବିତ୍ରୀ ପହରିଆ ଙ୍କ ଗୋଟିଏ ବର୍ଷ ରେ ଦୁହିଁଙ୍କ ଦେହାନ୍ତ ପରେ ଦୁଇ ଭାଇ ଭଉଣୀ ଅନାଥ ହୋଇଯାଇଛନ୍ତି l ସ୍ୱାମୀର ର ମୃତ୍ୟୁ ପରେ ଗୋଟିଏ ବର୍ଷ ର ବ୍ୟବଧାନ ରେ ସ୍ତ୍ରୀ ର ମଧ୍ୟ ଗତ 12/05/2021 ରେ ଦେହାନ୍ତ ହେଇଗଲା l ଏବେ ଦୁଇ ନାବାଳକ ବେସାହାରା ହେଇଗଲେ l ଝିଅ ଅସ୍ମିତା ପହରିଆ ଓ ପୁଅ ପଣ୍ଡିତ ପହରିଆ ଗାଁ ରେ ଥିବା ତାଙ୍କର ପିଉସା ଲକ୍ଷ୍ମନ ପହରିଆ ଦୁଇ ଶିଶୁଙ୍କ ଦେଖାଶୁଣା କରୁଛନ୍ତି l ଏହି ଦୁଇ ଶିଶୁଙ୍କୁ ସରକାର ଙ୍କ ସମାଜ କଲ୍ୟାଣ ଯୋଜନାରେ ସାମିଲ କରି ସରକାରୀ ସହାୟତା ସହ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଥିଲେ l
ଏହି ସମସ୍ୟା କୁ କୌଣସି ମତେ ଖବରପାଇ ବଲାଙ୍ଗୀର ଜିଲ୍ଲା ର ସମାଜସେବୀ ବିଳାସିନୀ ରଣା ଟ୍ୱିର୍ଟର ମାଧ୍ୟମରେ ମୋ ସରକାର, ଜିଲ୍ଲା ଶିଶୁମଙ୍ଗଲ ଅଧିକାରୀ ନୂଆପଡା, ନୂଆପଡା ଜିଲ୍ଲାପାଳ ଙ୍କୁ ଜଣେଇଥିଲେ l ଏହାର ଗୋଟିଏ ଦିନପରେ ଏକ ଟିମ ତାଙ୍କର ପାଖକୁ ଯାଇ ଏହି ସମସ୍ୟା ର ଅନୁଧ୍ୟାନ କରିଥିଲେ l ଦୁଇ ଶିଶୁଙ୍କୁ ଅନାଥ ଆଶ୍ରମ ରଖିବାପାଇଁ ତାଙ୍କର ପିଉସା ମନା କରିଥିଲେ l ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଥିଲେ l ତାଙ୍କର କଥା କୁ ଗ୍ରହଣ କରି ଏହି ଶିଶୁ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି l ସେହିପରି ଆଗାମୀ ଦିନର ପାଠ ପଢା ରେ ମଧ୍ୟ ଦୁଇ ଶିଶୁଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସହଯୋଗ କରାଯିବ ବୋଲି କହିଛନ୍ତି l ଏହି ଦୁଇ ଶିଶୁ ତାଙ୍କର ପିଉସା ଙ୍କ ସହିତ ରହି ଅଙ୍ଗନବାଡି ସେଣ୍ଟର ରେ ରହି ପଢିବେ ବୋଲି ଉଲେଖ କରିଛନ୍ତି l ଏହି ସବୁ ସୁବିଧା ପାଇ ତାଙ୍କର ପିଉସା ଓ ଅଞ୍ଚଳ ବାସି ବିଳାସିନୀ ରଣା ଙ୍କୁ ଧନ୍ୟବାଦ ଦେଇଛନ୍ତି

Comments (0)
Add Comment