ବାଇକ ଓ ହାଇବା ଗାଡି ମୁହଁ ମୁହିଁ ଧକା ହେବ ଫଲରେ, ବାଇକ ଆରୋହୀ ମହିଳାଙ୍କ ମୃତ୍ୟୁ ଜଣେ ଗୁରୁତର

ନୂଆପଡା ( କୋଶଲ ନ୍ୟୁଜ ) ନୂଆପଡା ଜିଲ୍ଲା ବୋଡେନ ଥାନା ବିନୋପୁର ଗାଁ ନିକଟ ନିର୍ମାଣାଧିନ ବିଜୁ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଡମ୍ଫର ଧକ୍କାରେ ଜଣେ ବାଇକ ଆରୋହୀ ମହିଲଳା ମୢତ ଓ ଜଣେ ଗୁରୁତରଆହତ ହୋଇଛନ୍ତି. କିଛି ସମୟ ତଳେ ବିନୋପୁର ଗାଁର ଲକ୍ଷି ସଲମା ଏବଂ ତାଙ୍କ ସଂପର୍କୀୟ ସବିତା ନାଗ ଏକ ବାଇକରେ ଯାଉ ଥିଲେ । ବିନୋପୁର ନିକଟ ବିଜୁ ଏକ୍ସପ୍ରେସ ୱେରେ ଏକ ଡମ୍ଫର ମୁହାଁ ମୁହିଁ ଧକ୍କା ଦେଇଥିଲା । ଡମ୍ଫର ତଳେ ଦୁଇଜଣ ଚାପି ହୋଇ ଯାଇଥିଲେ । ଜେସିବି ମେସିନ ଆସି ଦୁଇ ଜଣଙ୍କୁ ଉଦ୍ଧାର କରି ଖଡିଆଳ ମେଡିକାଲକୁ ପଠା ଯାଇଥିଲା । ମେଡିକାଲ ନେବା ବାଟରେ ମହିଲା ସବିତାଙ୍କ ମୢ୍ତ୍ୟୁ ହୋଇ ଯାଇଛି । ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି ।ମୢତ ମହିଲା ଜଣକ ଗର୍ଭଵତୀ ଥିବା ପରିବାର ଲୋକେ ଜଣାଇଛନ୍ତି । ସରକାରୀ ସହାୟତା ପାଇଁ ଗ୍ରାମବାସୀ ବିନୋପୁର ଗାଁରେ ଖଡିଆଳ-ବୋଡେନ ରାସ୍ତା ଅବରୋଧ କରା ଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଲାଇଛି ।

Comments (0)
Add Comment