ବୋଡେ଼ନ ବ୍ଲକରୁ ବାହାରିଲା କୋଭିଡ ସଚେତନ ରଥ,ପ୍ରତ୍ୟେକ ଗ୍ରାମକୁ କରିବ ପରିକ୍ରମା

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କାର୍ଯ୍ୟାଳୟ ରୁ ବାହାରିଲା କୋଭିଡ ସଚେତନ ରଥ ବ୍ଲକ ର ସମସ୍ତ ଗ୍ରାମ କୁ ପରିକ୍ରମା କରିବ ।ଲୋକଙ୍କୁ ସଚେତନ ଏବଂ ସତର୍କତା ଅବଲମ୍ବନ କରିବା ସହ ମହାମନ୍ତ୍ର ପାଳନ ରେ ଆଗେଇ ଆସିବା କୁ ଆହ୍ୱାନ କରିବ । ଏଥିରେ ବୋଡେ଼ନ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ପୁର୍ଣ୍ଣଚନ୍ଦ୍ର ଭୋଇ ଏହି ସଚେତନ ରଥକୁ ଉଦଘାଟନ କରିଛନ୍ତି। ବରିଷ୍ଠ କିରାଣୀ ରାଧାମୋହନ ଶବର, ଗ୍ରାମ ରୋଜଗାର ସେବକ ଗଣେଶ ଦଣ୍ଡସେନା, ବ୍ଲକ ପ୍ରତିନିଧି ରାଜ ନାଗ,ସମିତି ସଭ୍ୟ ସୌଦାଗର ସାହୁ ଉପସ୍ଥିତ ହୋଇଥିଲେ । ଗ୍ରାମାଞ୍ଚଳରେ କୋଭିଡ ସଂକ୍ରମଣ ବ୍ୟାପକ ରହିଥିବା ବେଳେ ନିଜ ସଚେତନ ରହି ଅନ୍ୟକୁ ସୁରକ୍ଷା ପ୍ରଦାନ ପାଇଁ ଆହ୍ବାନ କରିଛନ୍ତି। ସେହିପରି ସାମାଜିକ ଦୂରତା, ମାସ୍କ ବ୍ୟବହାର ସହ ଜନଗହଳି ସ୍ଥାନ ରେ ନ ଯିବା, ବାରମ୍ବାର ହାତ ଧୋଇବା ଅନେକ ସତର୍କତା ଅବଲମ୍ବନ ପାଇଁ ଜନସାଧାରଣ ଙ୍କୁ ଆହ୍ବାନ କରିଛନ୍ତି l

Comments (0)
Add Comment