ସିନାପାଲିରେ ୫୦ ଜଣ ରକ୍ତଦାନ କଲେ

ନୂଆପଡା ( କୋଶଲ ନ୍ୟୁଜ୍ ) କୋରୋନା କୁ ନାହିଁ ଡର ସ୍ବେଛାକୃତ ରକ୍ତଦାନ କୋରୋନା କୁ ନେଇ ଚାରିଆଡେ ସତର୍କତା ଅବଲମ୍ବନ କରାଯାଉଥିବାବେଳେ ଆଜି ନୂଆପଡା ଜିଲା ସିନାପାଲି ବ୍ଲକ ସିନାପାଲି ଉଚ୍ଚ ବିଦ୍ୟାଳୟ ସିନାପାଲି ଠାରେ ଆଜି ଉଦନ୍ତୀ ୟୁଥ କ୍ଲବ ତରଫରୁ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଦସ୍ୟ ଲମ୍ବୋଦର ନିଆଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସଦାଶିବ ନାୟକ, ଲଳିତ ସୁନାରି, ଉଦନ୍ତୀ ୟୁଥ କ୍ଲବ ସଭାପତି ସୁରଜ କୁମାର ମେହେର ଏବଂ କିଛି ସ୍ବେଛାସେବୀ ସାମ୍ବାଦିକ ଅଜିତ ଯୋଶୀ, ଜଗନ୍ନାଥ ସାଗର, ପରମେଶ୍ବର ମେହେର,ବିକାଶ ଖରସେଲ, ହେରାମ୍ବ ପଟେଲ, ଦୀନେଶ ଛତ୍ରିଆ, ଅଭୟ ପଟେଲ, 50 ଜଣ ସ୍ବେଛାସେବୀ ରକ୍ତଦାନ କରିଥିଲେ କୋଭିଡ ନିୟମକୁ ପାଳନ କରି ଦୂରତ୍ୱ ବଜାଇ ରଖି ହାତ ସାନିଟଆଇଜ କରି ମାସ୍କ ଲଗାଈ ଜଣେ ଜଣେ କରି ଆସି ରକ୍ତଦାନ କରିଥିଲେ l ଏବଂ ସମାଜକୁ ଏହା ବାର୍ତ୍ତା ଦେଉଛନ୍ତିଯେ ଏଭଳି ଏକ ମହାମାରି କୋଭିଡ ଯେମିତି କାୟା ବିସ୍ତାର କରି ଚାଲିଥିବା ସମୟରେ ରକ୍ତଦାନ କରି ନିଜକୁ ଆଶୀର୍ବାଦ ଅନୁଭବ କରୁଛନ୍ତି l ଆଉ ନିଶ୍ଚିତ ଭାବରେ ଏହା ଏକା ନିଆରା ସନ୍ଦେଶ ଦେଉଛନ୍ତି ସ୍ବେଛାସେବୀ I

Comments (0)
Add Comment