ଗୋଣ୍ଡ ମହାସଭା ଖଡ଼ିଆଳ ବ୍ଲକ କୁ ଜମିଦାନ କଲେ ମତ୍ରୀତରାଇ ର ଶ୍ରୀ ବାସୁଦେବ ମାଝୀ

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲା ଖଡ଼ିଆଳ ବ୍ଲକ ମତ୍ରୀତରାଇର ଶ୍ରୀ ବାସୁଦେବ ମାଝୀ ତାଙ୍କ ପିତୃ ଅର୍ଜିତ ଜମିରୁ 20 ଡ଼ିସ୍ମିଲ ଭୁମିଦାନ କରିଛନ୍ତି ଆଖିଲ ଭାରତୀୟ ଗୋଣ୍ଡବାନା ଗୋଣ୍ଡ ସମାଜ ଖଡ଼ିଆଳ ବ୍ଲକ କୁ ଭୂମି ଦାନ କରିଥିବାରୁ ଖଡ଼ିଆଳ ବ୍ଲକ ଓ ଜିଲା ନେତୃତ୍ୱରେ ତାଙ୍କ ଏହି ମହନୀୟତା କୁ ଚିରଦିନ ପାଇଁ ସ୍ମରଣୀୟ କରି ତାଙ୍କୁ ମାନପତ୍ର ଶହ ଉପଢୋକନ ପ୍ରଦାନ କରାଯାଇଛି,ଉକ୍ତ ଦିବସରେ ନୂଆପଡା ଜିଲ୍ଲା ଗୋଣ୍ଡ ସମାଜ ସଭାପତି ଶ୍ରୀ ପ୍ରଶ୍ନ ମାଝୀ ,ନୂଆପଡ଼ା ଜିଲ୍ଲା କୋଷାଧ୍ୟକ୍ଷ ଲବଙ୍ଗ ସାୟ, ଖଡ଼ିଆଳ ବ୍ଲକ ସଭାପତି ଶ୍ରୀ କରୁଣା ଶଙ୍କର ମାଝୀ,ସିନାପାଲି ବ୍ଲକ ସଭାପତି ଶ୍ରୀମତୀ ରମାକାନ୍ତି ମାଝୀ, ବୋଡେ଼ନ ବ୍ଲକ ସଭାପତି ଶ୍ରୀ ମଝିଆ ମାଝୀ,କୋମନା ବ୍ଲକ ସଭାପତି ଶ୍ରୀ ଚମ୍ପାଲାଲ ମାଝୀ,ଓ ନୂଆପଡା ଜିଲ୍ଲା ଅଖିଳ ଭାରତୀୟ ଗୋଣ୍ଡବାନା ଗଣ୍ଡ ସମାଜ ର ବରିଷ୍ଟି ବ୍ୟକ୍ତି ଓ ଯୁବଵର୍ଗ ଉପସ୍ଥିତ ରହି ଗୋଣ୍ଡ ସମାଜ କିପରି ଭାବରେ ଆଗାମୀ ଦିନରେ ଜାତିର ଉନ୍ନତି ହେବ ସେସବୁ ଉପରେ ସମାଜ ର ବରିଷ୍ଟ ବ୍ୟକ୍ତି ମାନେ ନିଜ ନିଜ ର ମତ ପ୍ରକାଶ ରଖିଥିଲେ।

Comments (0)
Add Comment