କିଷାନ କଂଗ୍ରେସ ତରଫରୁ ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ନିମନ୍ତେ ୭ ଦଫା ଦାବି ପ୍ରଦାନ

ନୂଆପଡା ( କୋଶଲ ନ୍ୟୁଜ୍ ) ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ର ଜିଲ୍ଲା ସଭାପତି ଘାସିରାମ ମାଝୀ ଙ୍କ ନେତୃତ୍ବରେ ଆଜି ଜିଲ୍ଲା କିଷାନ କଂଗ୍ରେସ ତରଫରୁ ନୂଆପଡ଼ା ଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ନିମନ୍ତେ ୭ ଦଫା ଦାବି ପ୍ରଦାନ କରାଯାଇଥିଲା l ରାଜ୍ୟ ସରକାର ୨୦୨୧ ପଡ଼ିରହିଥିବା ରବି ଚାଷର ସମସ୍ତ ବଳକା ଧାନ ଚାଷୀଙ୍କ ଠାରୁ ତୁରନ୍ତ କ୍ରୟ କରାଯିବା ସହ ଧାନ କିଣା ରେ ଅବ୍ୟବସ୍ଥା ର ଶୀଘ୍ର ସମାଧାନ l ଟୋକନ ଅବଧି ୧୫ ଦିନ ପରିବର୍ତ୍ତେ ପୂର୍ବପରି ଏକ ମାସ ପର୍ଯ୍ୟନ୍ତ ବଳବତ୍ତ ରହୁ l ରବି ଚାଷରେ ପଞ୍ଜୀକୃତ ଚାଷୀ ଙ୍କ ଲାପ୍ସ ଟୋକନ କୁ ପୁନଃ କାର୍ଯ୍ୟକ୍ଷମ କରାଯାଉ l ବସ୍ତାପିଛା ୪ ରୁ ୫ କେଜି କଟନୀ ଛଟନି ଏବଂ ମିଲର୍ସ ମାନଙ୍କ ମନମୁଖୀ ବନ୍ଦ କରାଯାଉ ବୋଲି ମୁଖ୍ୟ ଦାବୀ ଉପସ୍ଥାପନ କରାଯାଇଥିଲା l

ଦାବୀପତ୍ର ପ୍ରଦାନ ସମୟରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ଘାସିରାମ ମାଝୀ ଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଦେବଦତ୍ତ ଦିକ୍ଷିତ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ, ନୂଆପଡ଼ା ଏନ୍ଏସି ସଭାପତି କୁଲଦୀପ ସୂରଜ, ହରି ମାଝୀ, ଗଣପତ ରାଉତ, ସନି ସାହୁ, ଅଶୋକ ଦଣ୍ଡସେନା, ରାଧେଶ୍ୟାମ ପ୍ରମୁଖ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Comments (0)
Add Comment