ମହିଳା ଶକ୍ତି ସଚେତନତା କାର୍ଯ୍ୟକ୍ରମ ଆୟୋଜନ

ନୂଆପଡା ( କୋଶଲ ନ୍ୟୁଜ୍ ) କୋମନା ବ୍ଲକ ସ୍ତରୀୟ ମହିଳା ଶକ୍ତି ଙ୍କ ଦ୍ୱାରା ନୂଆପଡା ଜିଲ୍ଲା କୋମନା ବ୍ଲକ ପେଣ୍ଡରାବନ ପଞ୍ଚାୟତ ଏବଂ କୋନାବୀରା ପଞ୍ଚାୟତରେ ମହିଳା ଶକ୍ତି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ମହିଳା ଶକ୍ତି କୋମନା ବ୍ଲକ ସ୍ତରୀୟ ଅଧକ୍ଷ – ଶ୍ରୀଯୁକ୍ତ ବିଷ୍ଣୁ ନାଗ, ଅଧକ୍ଷା ଶ୍ରୀମତି – ନିବେଦିତା ମହାନ୍ତି, ଉପାଦକ୍ଷ୍ୟ – ହରିଶଦ୍ର ମାଝୀ, ମହାସଚିବ – ଖଗେଶ୍ୱର ଦୀପ, ସମ୍ପର୍କ ପ୍ରମୁଖ – ପ୍ରଶାନ୍ତ କୁମାର ପାଢି, ଅନୁସୟା କୁମ୍ଭIର, ପଂଚାୟତ ସ୍ତରୀୟ କର୍ମକର୍ତ୍ତା ଏବଂ ଗ୍ରାମର ବିଧବା ମା ଓ ଭଉଣୀ ମାନେ କୋଭିଡ ନିୟମ ପାଳନ କରି ଉପଚିତା ରହିଥିଲେ I ଏହି ସଚେତନତା ର ମୁଖ୍ୟ ବିଷୟ ହେଲା ଆମ ଦେଶରେ ଯେତିକି ବିଧବା ମା ଭଉଣୀ ମାନେ ଅଛନ୍ତି I ସେମାନଙ୍କ ପାଇଁ ମହିଳା ଶକ୍ତି ଛଅ ଟି ଲାଭକାରି ଯୋଜନା ଆଣିଛି I ଯଥା ସେଗୁଡିକ ହେଲା I ଆଜୀବନ ବିଧବା ଭତ୍ତା ମାସିକ 1000/ ଟଙ୍କା I ପିଲାମାନଙ୍କୁ ମାଗଣା ଶିକ୍ଷା 5 ବର୍ଷ ରୁ 22 ବର୍ଷ ପର୍ଯ୍ୟନ୍ତ I ସରକାରୀ ବସ ଓ ଟ୍ରେନରେ ଯାତ୍ରI ପାସ I ବିଜୁଳି ବିଲ ଛାଡ଼, ପାଣି ବିଲ ଛାଡ଼, ଘର ଯୋଗଣା ଓ ଯଦି ଭଡା ରେ ରହୁଛନ୍ତି ତେବେ ଫ୍ରିରେ ରହିବା ସୁଭିଧା I ଏହି ସବୁ ଲାଭଦାୟକ ଯୋଜନା ପାଇବାକୁ ହେଲେ ବିଧବା ମା ଭଉଣୀଙ୍କୁ କି ପ୍ରକାର ର କାଗଜ ପତ୍ର ଦରକାର ସେ ବିଷୟରେ ଆଲୋଚନା କରି ସୁନ୍ଦର ଭାବରେ କାର୍ଯ୍ୟକ୍ରମ କୁ ସମାପନ କରାଯାଇଥିଲା I

Comments (0)
Add Comment