ମହୁଲ ଫୁଲ ପରେ ପରେ ସଂଗ୍ରହ ହୁଏ ଟୋଲ ଵା ମହୁଲ ଫଳ ସଂଗ୍ରହ

ନୂଆପଡା (କୋଶଲ ନ୍ୟୁଜ୍) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ନଙ୍ଗଲବୋଡ,ଘାଟମାଲ,ଟଙ୍କାମାଲ,ସିନ୍ଦୁରସିଲ୍,ଚିତାରମା ଓ ନୂଆମାଲପଡା ଏହି ସବୁ ଅଂଚଳରେ ମହୁଲ ଫୁଲ ସଂଗ୍ରହ କରିବା କିଛି ଦିନ ଗଲା ପରେ ଆରମ୍ଭ ହୋଇ ଯାଏ ଟୋଲ ସଂଗ୍ରହ କାର୍ଯ୍ୟ ! ପ୍ରଥମେ ମହୁଲ ଗଛରୁ ଟୋଲ କୁ ବାଉଁଶ ଲାଠି ସାହାଯ୍ୟରେ ତୋଳି ତାକୁ ବସ୍ତା ରେ ପୁରାଇ ଘରକୁ ଆଣିଥାନ୍ତି ! ଘରେ ପ୍ରତେକ ଟୋଲ ର ଚୋପା ଛଡାଇ ମଞ୍ଜି କୁ ବାହାର କରି ଖରାରେ ଶୁଖାଇଥାନ୍ତି ! ତାପରେ ଟୋଲ ର ଚୋପା କୁ ଛାଞ୍ଚି ଭଜା, ତରକାରୀ କରି ଖାଇବା ରେ ପ୍ରସ୍ତୁତ କରା ଯାଇ ଥାଏ ! ଟୋଲ ଖାଇବା ପାଇଁ ଜ଼ିଲ୍ଲା ର କେତେକ ଅଞ୍ଚଳ ର ପୁରୁଷ ଓ ମହିଳା ମାନେ ଏକତ୍ରିତ ହୋଇ ନିକଟରେ ଥିବା ପାହାଡ଼ କୁ ଟୋଲ ସଂଗ୍ରହ କରିବା ପାଇଁ ଯାଉଛନ୍ତି ! ଗୋଟିଏ ମହୁଲ ଗଛ ଜଣେ ଲୋକର ତିନି ମାସର ଖର୍ଚ୍ଚ ଯୋଗାଇ ଦେଇଥାଏ ବୋଲି କୁହାଯାଏ !

ମହୁଲ ଗଛରୁ ଯେଉଁ ଜିନିଷ ଗୁଡାକ ସଂଗ୍ରହ କରାଯାଏ ତାହାହେଉଛି ମୂଲ୍ୟବାନ ଜିନିଷ ତଥା ମହୁଲ ଫୁଲ,ରୁ ମଦ ତିଆରି ହେଉଥିବା ବେଳେ ବଜାରରେ ଏହାର ବେଶୀ ଚାହିଦା ରହିଛି କ୍ଯୁଣ୍ଟାଲ ପ୍ରତି 5000 ହଜାରୁ ଅଧିକ ରହୁଛି ! ସେହିପରି ମହୁଲ ଫଳ ର ମଧ୍ୟ୍ୟ ବେଶୀ ଚାହିଦା ରହିଛି ! ମହୁଲ ଫଳ ର ଚୋପା କୁ ଛଡାଇ ଭଜା ତରକାରୀ କରି ଖାଇବା ସହ ତାର ମଞ୍ଜି କୁ ଖରାରେ ଶୁଖାଇ ଖାଇବା ତେଲ ବାହାର କରାଯାଏ !ସେହିପରି ଟୋଲ ରୁ ତେଲ ତିଆରି କରିବା ପାଇଁ ପ୍ରଥମେ ଟୋଲରୁ ମଞ୍ଜି କୁ ବାହାର କରି ଖରାରେ ଶୁଖା ଖଡ଼ ଖଡ଼ କରି ଶୁଖାଇ ଥାନ୍ତି ! ଟୋଲ ମଞ୍ଜି ଶୁଖିଲା ପରେ ତାକୁ ତେଲ ମିଲ କିମ୍ବା ତେଲି ଘନା ସାହାଯ୍ୟରେ ତେଲକୁ ବାହାର କରନ୍ତି ! ତେଲ ବାହାରି ଯେଉଁ ଚୋପା ରହିଯାଏ ତାକୁ ଟୋଲ ପିରୁଆ କୁହାଯାଏ ! ଏହାକୁ ଗାଈବଳଦ ମାନଙ୍କୁ ଖାଇବାକୁ ଦେଲେ ବିଭିନ୍ନ ରୋଗ ରୁ ମୁକ୍ତ ହେବା ସହ ସୁସ୍ଥ ହୋଇଥାନ୍ତି ! ମଣିଷ କୁ ଯଦି କୌଣସି କାରଣ ବଶତଃ ବିଷାନ କିସାନ ଲାଗେ ତାହେଲେ ସେହି ସ୍ଥାନରେ ଟୋଲ ପିରୁଆ କୁ ଲେପଦେଲେ ବିଷାନ ଛାଡି ଯାଏ ବୋଲି ବିଶ୍ବସ ରହିଛି !

Comments (0)
Add Comment