ଛତିଶଗଡ ଓଡିଶା ସୀମାନ୍ତରେ ମାଓବାଦୀ ଉପସ୍ଥିତ ଜାହିର, ପର୍ଶୁରାମ ଭୁଞ୍ଜିଆ ଙ୍କୁ ହତ୍ୟା ଭୟରେ ସ୍ଥାନୀୟ ବାସିନ୍ଦା

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡା ଜିଲ୍ଲା ସୀମାକୁ ଲାଗିରହିଖିବା ଛତିଶଗଡ଼ ରାଜ୍ଯ ର ମେନପୁର୍ ଥାନା ଅଞ୍ଚଳ ରେ ମାଓବାଦୀ ମାନେ ପୁଣି ଉପସ୍ଥିତି ଯାହିର କରିଛନ୍ତି। ମାଓବାଦୀ ମାନେ ଅମାମୋରା ଗ୍ରାମର ପର୍ଶୁରାମ ଭୁଂଜିଆ (୩୫) ବୟସ ନାମକ ଯୁବକ ଙ୍କୁ ନିର୍ମମ ଭାବେ ହତ୍ଯା କରିଥିବା ଜଣାପଡିଛି। ଗତ ୧୬ ତାରିଖ ଦିନ ଯୁବକ ଜଣକ ନିଜ ଜମିକୁ ଚାଷ କାର୍ଯ୍ୟ କରିବା ପାଇଁ ଯାଇଥିଲେ। ପରେ ଯୁବକ ଜଣକ ଦାନ୍ତ ଘସି ଗାଧୋଇବା ପାଇଁ ନିକଟସ୍ଥ ବାଜିମୁଣ୍ତା ନାଲା କୁ ଯାଇଥିବା ବେଲେ ସେଠାରୁ ମାଓବାଦୀ ମାନେ ଅପହରଣ କରି ନେଇ ଠେଙ୍ଗା ରେ ନିର୍ମମ୍ ଭାବେ ହତ୍ଯା କରିଥିଲେ। ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ କୌଣସି ଖୋଜ ଖବର ମିଲିନଥିଲା। ହେଲେ ସୂଚନା ଅନୁଯାଇ ଗତ ୧୬ ତାରିଖ ଦିନ ମ୍ରୁତକଙ୍କ ଶବକୁ ଗାଁ ନିକଟରେ ଫିଙ୍ଗିଦେଇ ଚାଲି ଯାଇଥିଲେ। ସେଠାରେ କିଛି ମାଓବାଦୀ ଫୋଷ୍ଟରେ ଏସ୍ ଡି କେ ସୋନାବେଡା ଧରମବନ୍ଧା ଓ କୋୟଲି ବେଡା ଖୋଲି ବସ୍ତର ଏରିଆ କମିଟି ବୋଲି ଉଲ୍ଲେଖ ରହିଛି। ମ୍ରୁତକ ର ଶରିର ର ବିଭିନ୍ନ ଯାଗାରେ ଠେଙ୍ଗା ରେ ପିଟିପିଟି ହତ୍ଯା କରିବା ସହ ମୁଣ୍ଡ ରେ ଶକ୍ତ ଆଘାତ ଲାଗିଥିବା ମେନପୁର୍ ପୋଲିସ ସୁତ୍ର ରୁ ଜଣାପଡିଛି। ମେନପୁର୍ ପୋଲିସ ଦ୍ୱାରା ମାଓବାଦୀ ଙ୍କ ନାମରେ ମାମଲା ରୁଜୁକରି କମ୍ବି ଅପରେସନ କୁ ଯୋରଦାର କରିଥିବା ମେନପୁର୍ ଥାନା ଅଧିକାରି ସତ୍ୟେନ୍ଦ୍ର ସିଂ ଶ୍ୟାମ ପ୍ରକାଶ କରିଛନ୍ତି। ଘଟଣା ପରେ ସମ୍ପୁକ୍ତ ଅଞ୍ଚଳ ରେ ଭୟର ବାତାବରଣ ଖେଲି ଯାଇଛି।

ଏଠାରେ ସୁଚନା ଯୋଗ୍ୟଯେ ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଠାରୁ ୧୦ କିଲୋମିଟର ଦୂରବର୍ତ୍ତୀ ଅମାମୋରା ଗ୍ରାମ ସମ୍ପୂର୍ଣ୍ଣ ଭାବରେ ମାଓବାଦୀ ଅଧ୍ୟୁଷ୍ଟିତ ଅଞ୍ଚଳ ଅଟେ। ଏହି ଅଞ୍ଚଳ ରେ ମାଓବାଦୀ ମାନେ ଡେରା ପକାଇ ପୁର୍ବ ରୁ ଅନେକ ହିଂସା କାଣ୍ତ ଘଟାଇ ଚାଲିଥିବା ବେଲେ ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସ୍ରୁଷ୍ଟି କରି ଆସୁଛନ୍ତି। ଦୀର୍ଘ ଦିନର ନିରବତା ପରେ ସୀମାନ୍ତ ରେ ପୁଣି ଉପସ୍ଥିତି ଯାହିର୍ କରିଛନ୍ତି ମାଓବାଦୀ। ଉକ୍ତ ଗ୍ରାମରେ ଛତିଶଗଡ଼ ଜିଲା ମେନପୂର୍ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ କରି ପରିବାର କୁ ହସ୍ତାନ୍ତର କରିଛି।

Comments (0)
Add Comment