18 ରୁ 44 ବର୍ଷ ବ୍ୟକ୍ତିବିଶେଷ ମାନଙ୍କୁ ଶୀଘ୍ର ଟୀକା ଉପଲବ୍ଧ କରିବାକୁ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ଙ୍କ ଦାବୀ ପତ୍ର

ନୂଆପଡ଼ା ଜିଲ୍ଲାରେ 18 ରୁ 44 ବର୍ଷ ବ୍ୟକ୍ତିବିଶେଷ ମାନଙ୍କୁ ଶୀଘ୍ର ଟୀକା ଉପଲବ୍ଧ କରିବାକୁ ଖଡ଼ିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଖରେ ଦାବି କରି ସରକାରଙ୍କ ନୂଆପଡା ଜିଲ୍ଲାକୁ ଏଭଳି ଉପେକ୍ଷା କରିବା କୁ ନାପସନ୍ଦ କରିଛନ୍ତି। ଦ୍ଵିତୀୟ ଲହରରେ ଜିଲ୍ଲାରେ ଅଧିକ ସଂଖ୍ୟକ ବ୍ୟକ୍ତି ଆକ୍ରାନ୍ତ ହେଇଥିଲେ ଏବଂ ଏତେ ଛୋଟ ଜିଲ୍ଲା ହେଲେ ମଧ୍ୟ ରାଜ୍ୟରେ ସଂକ୍ରମଣ ର 1 ବା 2 ନମ୍ବର ସ୍ଥାନରେ ରହୁଥିଲା। ଏବେ ସଂକ୍ରମଣ କମିଲେ ମଧ୍ୟ ମୃତ୍ୟୁହାର ଲୋକଙ୍କୁ ଆତଙ୍କିତ କରି ରଖିଛି। ଏଭଳି ପରିସ୍ଥିତିରେ ମହାନଗର ପରେ ନୂଆପଡା ଜିଲ୍ଲାକୁ ପ୍ରାଥମିକତା ଦେବା କଥା। କିନ୍ତୁ ପଡୋଶୀ ବରଗଡ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ଟୀକା ପ୍ରଦାନ କଲେ ହେଲେ ନୂଆପଡା କୁ କରି ନ ଥିବାରୁ ଶ୍ରୀ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି। ରାଜ୍ୟ ର ପୁରୀ, ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରେ 18 ରୁ 44 ବର୍ଷର ବ୍ୟକ୍ତି ମାନଙ୍କୁ ସରକାର ଙ୍କ ତରଫରୁ ଟୀକା ଉପଲବ୍ଧ କରାଯାଉଛି। ଯୁବ ବର୍ଗରେ ଟୀକାଦାନ ପ୍ରତି ଆଗ୍ରହ ଓ ଉତ୍ସାହ ଦେଖାଯାଉଥିଲା ବେଳେ ଜିଲ୍ଲାକୁ ଟୀକା ତୁରନ୍ତ ପ୍ରଦାନ କରିବାକୁ ଶ୍ରୀ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀ ଙ୍କୁ ପତ୍ର ଲେଖି ଦାବି କରିଛନ୍ତି।

Comments (0)
Add Comment