ପାନୀୟ ଜଳ ପାଇଁ ଲୋକେ ହନ୍ତସନ୍ତ

ନୂଆପଡା:(କୋଶଲ ନ୍ୟୁଜ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ନାଗପଡା ପଂଚାୟତ ର ଛତ୍ରୀଆ ପଡ଼ା ରେ 60 ରୁ ଉର୍ଦ୍ଧ ପରିବାର ବସବାସ କରୁଛନ୍ତି।ହେଲେ ସେହି ଗାଁ ରେ ଗାଧୋଇବା ପାଇଁ କିମ୍ବା ବ୍ୟବହାର କରିବା ପାଇଁ ଭଲ ପାଣି ମିଳିନଥିବା ଅଭିଯୋଗ ହେଇଥିଲା।ସେହି ଅଭିଯୋଗ କୁ ବ୍ଲକ ପ୍ରଶାସନ କୁ ଜଣେଇଥିଲୁ ଆଉ କନିଷ୍ଟ ଯନ୍ତ୍ରୀ ଙ୍କୁ ଶ୍ରୀଯୁକ୍ତ ସଞ୍ଜୟ ବେହେରା ଙ୍କୁ ସାଖ୍ୟାତ କରି ଅସୁବିଧାର ବିଷୟରେ ଜଣେଇ ଥିଲୁ ତାହା ଆଜି ନାଗପଡା ଗାଁ ର ଛାତ୍ରୀଆପଡା କୁ ଯାଇ କରୋନା ଭାଇରସ ପାଇଁ କରିଥିବା ସରକାର ଙ୍କ ସମସ୍ତ ନିୟମ ମାନି ଏକ ବୈଠକ କରି କାମ କେମିତି କରିବେ ଓ ପାଣି ପାଇଁ ଯେମିତି ଆଉ ଅସୁବିଧା ନ ହେଉ ସେହି ବିଷୟରେ ଆଲୋଚନା କରିଥିଲେ।

ଭାରତ ରେ କରୋନା ଭାଇରସ ତାର କାୟା ବିସ୍ତାର କରିଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟସରକାର ଙ୍କ ଲକଡାଉନ ଏବଂ ସଟଡାଉନ ପାଇଁ କୌଣସି କାମ ଧନ୍ଦା ନ ପାଇଁ ରୋଜଗାର କରିପାରୁନଥିବା ହେତୁ ପରିବାର ପ୍ରତି ପୋଷଣ କରିବା ପାଇଁ ଅସୁବିଧା ହେଉଥିଲା ବେଳେ ଆଜି ଛାତ୍ରୀଆପଡା ରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ କାମ ପାଇଲା ପରେ ଗ୍ରାମ ବାସୀ ବେଶ ଖୁସି ହେଉଥିଲେ।କନିଷ୍ଟ ଯନ୍ତ୍ରୀ ସଞ୍ଜୟ ବେହେରା ନିଜେ ଉପସ୍ଥିତ ରହି କରୋନା ସମୟରେ ଚାଲିଥିବା ସମସ୍ତ ସରକାରଙ୍କ କରିଥିବା ନିୟମ ମାନି କାମ କରିବା ପାଇଁ ଶ୍ରମିକ ମାନଙ୍କ କହିଥିଲେ।

Comments (0)
Add Comment