୬ ବର୍ଷ ହେବ ରାସନ କାର୍ଡ ପାଇବା ପାଇଁ ଚାଲିଛି ସଂଘର୍ଷ

ନୂଆପଡ଼ା (କୋଶଲ ନ୍ୟୁଜ୍) ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଫରସରା ଗ୍ରାମପଞ୍ଚାୟତ ପଲସାମାଲ ଗ୍ରାମର ଦୁର୍ଗାପ୍ରସାଦ ନାଏକ ରାସନ କାର୍ଡ ପାଇଁ ୬ ବର୍ଷ ହେବ ଅଫିସର ବାବୁଙ୍କ ଅଫିସରେ ଚକର କାଟୁଛନ୍ତି । କିନ୍ତୁ ଯେତେ ଗୁହାରି କଲେ ମଧ୍ୟ ଶୁଣିବାକୁ ବାବୁ ମାନଙ୍କ ସମୟ ନାହିଁ । ସରକାର ଗରିବ ନିରୀହ ଲୋକଙ୍କ ପାଇଁ ଟଙ୍କିକିଆ ଚାଉଳ ଏବଂ କରୋନା ମହାମରି ସମୟରେ ଫ୍ରି ଚାଉଳ ମଧ୍ୟ ଯୋଗାଉଛନ୍ତି । କିନ୍ତୁ ଧୀରେ ଧୀରେ ତାହା ଗରିବ ନିରୀହ ଙ୍କ ପାଇଁ ସ୍ଵପ୍ନ ହେବାରେ ଲଲାଗିଛି କାହାର ଆଧାର ଲିଙ୍କ ନାହିଁ ତ କାହାର କାର୍ଡ ନାହିଁ କାହାର କାର୍ଡ ବନି ପାରୁନାହିଁ ବୋଲି ଦାଇତ୍ୱରେ ଥିବା କର୍ମଚାରୀ କହିଚାଲିଛନ୍ତି । କିନ୍ତୁ ପ୍ରଶାସନ ଓ କର୍ମଚାରୀ ଙ୍କ ଏହି ଭଳି କାର୍ଯ୍ୟ ହେତୁ କେତେ ପରିବାର ଯେ ଭୋକ ଉପାସରେ ଦିନ କାଟୁଛନ୍ତି । ତାହା ତାଙ୍କୁ ଜଣା ରାଜ୍ୟ ସରକାର ଘୋଷଣା କରି ଦେଉଛନ୍ତି । କିନ୍ତୁ ଦୁଇ ଅଲି ଦୁଇ ମୁଠା ଖାଇବା ପାଇଁ ଲୋକେ ଚାଉଳ ପାଇଁ ହେଉଛନ୍ତି ହନ୍ତ ସନ୍ତ ।ଆଜି ଏହାର ପ୍ରକୃତ ଉଧାରଣ ଦେଖିବା ମିଳିଛି ଫରସରା ଗ୍ରାମପଞ୍ଚାୟତ ପଲସାମାଲ ଗ୍ରାମରେ ଦୁର୍ଗାପ୍ରସାଦ ନାଏକ (୪୦) ସ୍ତ୍ରୀ ବିମଳା ନାଏକ (୩୨) ବଡ଼ ଝିଅ ରିତୁସ୍ମିତା ନାଏକ(୧୪) ପୁଅ ଗୌତମ ନାଏକ (୨୪) ସାନପୁଅ ଏକଲବ୍ୟ ନାଏକ (୭) ଗୋଟେ ପରିବାରରେ ପାଞ୍ଚ ଜଣ ସଦସ୍ୟ ରହିଛନ୍ତି । ଜଣେ କୁଳି ମଜୁରୀ କରୁଥିବା ଲୋକ ୬ ବର୍ଷ ହେବ କେମିତି ଭାବରେ ତାଙ୍କ ପରିବାର ପ୍ରତିପୋଷଣ କରୁଥିବେ ତାହା ତାଙ୍କୁ ଜଣା ଏମିତି ବି ଅନେକ ଗରିବ ପରିବାର ଅଛନ୍ତି । ଲକଡାଉନ ସମୟରେ କିଛି କାମ ଧନ୍ଦା ପାଇ ପାରୁନାହାନ୍ତି। ଏକମାତ୍ର ଭରସା ସରକାରଙ୍କ ଟଙ୍କିକିଆ ଚାଉଲ ଠୁ ଆରମ୍ଭ କରି ବିଭିନ୍ନ ଯୋଜନା କିନ୍ତୁ ସେଥିରୁ ମଧ୍ୟ ଅନେକ ପରିବାର ବଞ୍ଚିତ ହେବାକୁ ଲାଗିଛନ୍ତି । ତେଣୁକରି ପରିବାରର ଓ ଗ୍ରାମବାସୀଙ୍କ ଦାବି ହେଉଛି ପରିବାରକୁ କାର୍ଡ ଟିଏ ଯୋଗାଇ ଦିଆଯାଉ ନହେଲେ ଆଗାମୀ ଦିନସରେ ଯଦି ଖାଦ୍ୟ ଅଭାବରୁ ପରିବାରର କିଛି କ୍ଷତି ହୁଏ ତାହେଲେ ପ୍ରଶାସନ ଦାଇ ରହିବେ ବୋଲି କହିଛନ୍ତି ।

Comments (0)
Add Comment