କରୋନାରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଙ୍କୁ ସମବେଦନା ଜଣେଇବା ସହ ରାସନ ସମାଗ୍ରୀ ପ୍ରଦାନ କରାଯାଇଥିଲା

ନୂଆପଡା ( କୋଶଲ ନ୍ୟୁଜ୍ ) ଭାରତୀୟ ଜାତୀୟ କଂଗ୍ରେସ ଓ ଯୁବ କଂଗ୍ରେସ ର ଆହ୍ଵାନରେ ଆଦରଣୀୟ ଶ୍ରୀ ରାହୁଲ ଗାନ୍ଧୀ ଙ୍କ ଜନ୍ମ ଦିନ ଅବସରରେ ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି ର ସଭାପତି ଶ୍ରୀ ଘାସିରାମ ମାଝୀ ଙ୍କ ତତ୍ତ୍ଵାବଧାନରେ ଏବଂ ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶ୍ରୀ ଶାହରୁଖ୍ ଖାନ୍ ଙ୍କ ନେତୃତ୍ବରେ କୋମନା ବ୍ଲକ ଅନ୍ତର୍ଗତ ଉଲଭା ଗ୍ରାମର କରୋନାରେ ମୃତ୍ୟୁ ବରଣ କରିଥିବା ପରିବାର ଲୋକ ଙ୍କୁ ସମବେଦନା ଜଣେଇବା ସହ ରାସନ ସମାଗ୍ରୀ ପ୍ରଦାନ କରାଯାଇଥିଲା l ଉକ୍ତ ଗ୍ରାମର ଅସହାୟ ଓ ପୀଡିତା ପରିବାର କୁ ଫଳ ବଣ୍ଟନ କରି କରୋନା ସଚେତନତା କରାଯାଇଥିଲା l ତତ୍ ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା କୋଭିଡ ନିୟମାବଳୀ କୁ ଅନୁପାଳନ କରି କୋମନା ର ହସ୍ପିଟାଲ ରେ ଚିକିତ୍ସିତ ହେଉଥିବା ରୋଗୀ, ମହିଳା ଚେତନା ଆଶ୍ରମ ର ଅସହାୟ, ପୋଲିସ କର୍ମୀ, ବଙ୍ଗଳାପଡା ରେ ବସବାସ କରୁଥିବା ପରିବାର ବର୍ଗ ଙ୍କୁ ଫଳ ବଣ୍ଟନ କରାଯାଇଥିଲା l

ଅଭାବୀ ପରିବାର ଙ୍କୁ ରାସନ ସମାଗ୍ରୀ ଓ ଫଳ ବଣ୍ଟନ ସମୟରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଘାସିରାମ ମାଝୀ ଙ୍କ ସହ ବରିଷ୍ଠ କଂଗ୍ରେସ ନେତା ଦେବଦତ୍ତ ଦିକ୍ଷିତ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଅମିତ୍ କୁମାର ଅହିର, ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଯୁବ କଂଗ୍ରେସ ସଭାପତି ଶ୍ରୀ ଶାହରୁଖ ଖାନ୍, କୋମନା ବ୍ଲକ କଂଗ୍ରେସ ସଭାପତି କୈଳାଶ ଚନ୍ଦ୍ର ବାଗ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ଜୟଦେବ ମାଝୀ, ବରିଷ୍ଠ ନେତା ବିରଞ୍ଚି ବାଗ, ମହେଶ୍ଵର ପଟେଲ, ଯୁବନେତା ଶିବ ନିଆଲ, ଆଲୋକ କୁମାର ସାହୁ, ୟୋଗେଶ ସାହୁ, ବିକାଶ ସାହୁ, ହେମନ୍ତ ନିଆଲ ଓ ପ୍ରମୁଖ କଂଗ୍ରେସ ନେତା ଉପସ୍ଥିତ ଥିଲେ l

Comments (0)
Add Comment