ମଦ ଜବତ୍ ୨ ଜଣ ଗିରଫ

ନୂଆପଡ଼ା ( କୋଶଳ ନ୍ୟୁଜ ) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଶିତିଲିଖଲିଆ ଓ କପିଆ ଗ୍ରାମରେ ସିନାପାଲି ଅବକାରୀ ବିଭାଗ ଚଢାଉ କରି ବିଫୁଳ ପରିମାଣ ର ମଦ ଜବତ୍ କରିବା ସହ ୨ ଜଣ ବ୍ଯକ୍ତିଙ୍କୁ ଗିରଫ କରିଥିବା ଜଣାପଡିଛି। ସୁଚନାଯୋଗ୍ୟ ଯେ କୌଣସି ସୁତ୍ର ରୁ ଖବର ପାଇଁ
ସିନାପାଲି ଅବକାରୀ ବିଭାଗ ସବ୍ଇନ୍ସପେକ୍ଟର ଗଦାଧର ମହାରଣା ଙ୍କ ନେତୃତ୍ବ ରେ ଏକ ଟିମ ସିନାପାଲି ବ୍ଲକ ଅନ୍ତର୍ଗତ ଶିତିଲିଖଲିଆ ଓ କପିଆ ଗ୍ରାମରେ ଚଢାଉ କରିଥିବା ବେଲେ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଶିତିଲିଖଲିଆ ଗ୍ରାମର ଗୋଲାପି ଭୋଇ (୩୩) ଓ କପିଆ ଗ୍ରାମର ଦୁଲଜାନି (୫୫) ବୋଲି ଜଣାପଡିଛି। ଗିରଫ ବ୍ଯକ୍ତି ମାନଙ୍କ ଠାରୁ ୧୫ ଲିଟର ମହୁଲି ରନ୍ଧା ମଦ, ୧୫ଲିଟର ୮ଶହ ବିଦେଶୀ ବିଅର ଜବତ କରିଥିବା ବେଲେ ୬୦ କେଜି ମହୁଲି ପୋଚ ନଷ୍ଟ କରାଯାଇଛି। ଶ୍ରୀ ମହାରଣା , ସିନାପାଲି ମାଜିଷ୍ଟ୍ରେଟ୍ ଦାୟିତ୍ୱ ରେ ଥିବା ଅତିରିକ୍ତ ତହସିଲଦାର ସିନାପାଲି ଲକ୍ଷ୍ମଣ ମାଝି, ଇନିସପେକ୍ଟର ଇରାବତୀ ହାତି, ସମେତ ଅବକାରୀ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏନେଇ ସିନାପାଲି ଅବକାରୀ ବିଭାଗ କେସ୍ ନମ୍ୱର ୨୬/୨୧ . ୨୮/୨୧ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ରୁ ସୁଚନା ମିଲିଛି।

Comments (0)
Add Comment